ପୁରୀ . – ପୁରୀ ଜିଲ୍ଲା ପିପିଲି ପୁରୀ ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ଜୁଲାଇ ୧୪ ତାରିଖ ଦିନ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଉମାଶଙ୍କର ଦାଶ ଏ ବିଷୟରେ ସୂଚନା ଦେଇଛନ୍ତି ।
ମୋଟ ଗିରଫ ସଂଖ୍ୟା ୮ରେ ପହଞ୍ଚିଛି । ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ସଦାନନ୍ଦପୁର ଗ୍ରାମର ଏହି ଦୁଇ ଜଣ ସିସିଟିଭି ଫୁଟେଜ୍ ଆଧାରରେ ଗିରଫ୍
କରାଯାଇଛି ବୋଲି ଏସ୍.ପି. କହିଛନ୍ତି ।