ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଗଲା ଉତ୍କର୍ଷତା ପୁରସ୍କାର
ଭୁବନେଶ୍ୱର .- ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଯିବ ଉତ୍କଷତା ପୁରସ୍କାର ଦିଆଯାଇଛି । ବୈଷୟିକ ଶିକ୍ଷା ସମ୍ବଳିତ ଷ୍ଟାର୍ଟ୍ଅପ୍ମାନଙ୍କରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାପାଇଁ ନାଲ୍କୋ, ଏନ୍ଆଇଟି ରାଉରକେଲା ଏବଂ ଏନ୍ଆଇଟିଆର୍ଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନରେ ବୈଷୟିକ ଆବଶ୍ୟକତା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବୃଦ୍ଧି କରିବା ପାଇଁ ଉଦ୍ୟମ କରିବାପାଇଁ ଏଥିରେ ଚେଷ୍ଟା କରାଯିବ । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ନାଲ୍କୋ ପକ୍ଷରୁ ୫୦ଜଣ କର୍ମଚାରୀଙ୍କୁ ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି ।