ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ କେଦାରନାଥ-ବଦ୍ରୀନାଥ ଗସ୍ତ

0 531

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ରବିବାର ମତଦାନ ଗ୍ରହଣ କରାଯିବ ଏବଂ ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଠାରୁ ୨ ଦିନିଆ କେଦାରନାଥ ଓ ବଦ୍ରୀନାଥ ଗସ୍ତ କରୁଛନ୍ତି । ମୋଦୀ ଆଜି ଭଗବାନ କେଦାରନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ମାଗିବେ । କେଦାରନାଥରେ ସେ ଆଜି ରାତ୍ରୀଯାପନ କରିବା ପରେ ରବିବାର ଦିଲ୍ଲୀ ଫେରିବା ପୂର୍ବରୁ ପୂର୍ବାହ୍ଣରେ ବଦ୍ରୀନାଥ ଧାମ ଅଭିମୁଖେ ବାହାରିବେ ।

ପ୍ରଧାନମନ୍ତ୍ରୀ ଭାବେ କେଦାରନାଥକୁ ଏହା ହେଉଛି ମୋଦୀଙ୍କ ୪ର୍ଥ ଗସ୍ତ । ମୋଦୀ ୨୦୧୭ରେ ଭଗବାନ କେଦାରନାଥଙ୍କ କପାଟ ଖୋଲିବା ଦିନ ପ୍ରଥମ ଥର ଗସ୍ତ କରିଥିଲେ । ସେହିବର୍ଷ ଅକ୍ଟୋବରରେ ସେ ଦ୍ୱିତୀୟ ଥର କେଦାରନାଥ ଯାଇଥିଲେ । କେଦାରନାଥଙ୍କ କପାଟ ବନ୍ଦ ସମାରୋହ ଅବସରରେ ମୋଦୀ ଗତବର୍ଷ ନଭେମ୍ବରରେ କେଦାରନାଥ ଯାଇଥିଲେ । ମୋଦୀ ଭଗବାନ କେଦାରନାଥଙ୍କୁ ଦର୍ଶନ କରିବା ପରେ ସେଠାରେ ନିର୍ମାଣ କାମ କେମିତି ଚାଲିଛି, ସେ ବିଷୟରେ ଅଧିକାରୀଙ୍କ ସହିତ ସମୀକ୍ଷା କରିବେ ।

Leave A Reply