ଭାରତ ଓ ଚୀନ ମଧ୍ୟରେ ସନ୍ତୁଳିତ ବ୍ୟବସାୟ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ

0 448

ଅନେକ ବର୍ଷର ଦୀର୍ଘ ଅବଧିର ଅନ୍ତରାଳ ପରେ ଭାରତର ରପ୍ତାନୀରେ ବୃଦ୍ଧି ଘଟିଛି । ଭାରତ ଚଳିତ ଆର୍ଥିକ ବର୍ଷରେ ଏପର୍ୟ୍ୟନ୍ତର ସର୍ବାଧିକ ରପ୍ତାନୀ ଦିଗରେ ଅଗ୍ରସର ହେଉଛି । ୨୦୧୮ ଏପ୍ରିଲ-ଡିସେମ୍ବର ସମୟରେ ୧୨.୭ ବିଲିଅନ ଆମେରିକୀୟ ଡଲାରର ରପ୍ତାନୀ କରାଯାଇଛି, ଯାହାକି ଗତ ବର୍ଷର ୧୩.୩୩ ବିଲିଅନ ଆମେରିକୀୟ ଡଲାରର ରପ୍ତାନୀ ସ୍ତରଠାରୁ ଅନେକ ନିକଟତର ।

ବାଣିଜ୍ୟ ବିଭାଗ ଏହି ବିଶିଷ୍ଟ କ୍ଷେତ୍ରର ଚିହ୍ନଟ କରିବା ଏବଂ ଭାରତୀୟ ରପ୍ତାନୀକାରୀ ଏବଂ ଅନ୍ୟ ହିତାଧିକାରୀମାନଙ୍କ ସହିତ ଏହାର ଭାଗିଦାରିତା କରିବା ଦେଇ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଠାରେ ଆମେରିକା ଆଗକୁ ବଢ଼ି ଚୀନରେ ଏହାର ପ୍ରତିସ୍ପର୍ଦ୍ଧା କ୍ଷମତା ହରାଇବ ଏବଂ ଏଠାରେ ଭାରତର ବ୍ୟାପକ ରପ୍ତାନୀ ସମ୍ଭାବନା ରହିଛି । ବାଣିଜ୍ୟ ବିଭାଗ ଏହି ଅବସରରେ ରପ୍ତାନିକାରୀମାନଙ୍କୁ ଏହି ଅବସରର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରିଥିଲା ।

ବେଜିଂସ୍ଥିତ ଭାରତୀୟ ଦୂତାବାସ ଜରିଆରେ ଚୀନର କ୍ରେତାଙ୍କ ସହିତ ଅନେକ ବ୍ୟବସାୟିକ (ଈ୨ଈ) ବୈଠକର ଆୟୋଜନ କରାଯାଇଥିଲା । ଚୀନର ଅଙ୍ଗୁର କ୍ରେତାମାନଙ୍କୁ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (ଏପିଡା) ଅଧୀନସ୍ଥ ଭାରତର ଅଙ୍ଗୁର ଉଦ୍ୟାନ (ଗ୍ରେପ ଫାର୍ମ) ଏବଂ ଅନ୍ୟ ସମ୍ବନ୍ଧିତ ଏକକମାନଙ୍କୁ ଦେଖିବା ପାଇଁ ଆମନ୍ତ୍ରିତ କରାଯାଇଥିଲା ।

ଭାରତରୁ ଚୀନକୁ ରପ୍ତାନୀ ବୃଦ୍ଧି କରିବାରେ ସାମୁଦ୍ରିକ ଉତ୍ପାଦ, ଜୈବ ରସାୟନ, ପ୍ଲାଷ୍ଟିକ, ପେଟ୍ରୋଲିୟମ ଉତ୍ପାଦ, ଅଙ୍ଗୁର ଏବଂ ଚାଉଳର ପ୍ରମୁଖ ଯୋଗଦାନ ରହିଛି ।

ଚୀନର ନିୟାମକୀୟ ପରିବେଶ, ଯାହାକି ଭାରତୀୟ ରପ୍ତାନୀକାରଙ୍କ ପାଇଁ ଏକ ଆହ୍ୱାନକୁ ଧ୍ୟାନରେ ରଖି ବାଣିଜ୍ୟ ବିଭାଗ ଗତ ଆର୍ଥିକ ବର୍ଷରେ ଏହି ତିନୋଟି ବୁଝାମଣା ପତ୍ର (ପ୍ରୋଟୋକଲ)ରେ ସ୍ୱାକ୍ଷର କରିଥିଲେ । ଏଗୁଡ଼ିକ ହେଲା:

୧) ୨୦୧୮ ଜୁନରେ ଚୀନକୁ ଭାରତୀୟ ଚାଉଳର ରପ୍ତାନୀ ସମ୍ବନ୍ଧିତ ପ୍ରୋଟୋକଲ (ଅଣ-ବାସୁବତୀ ଚାଉଳ ସାମିଲ କରିବା) ଉପରେ କ୍ୱିଂଗଡାଓରେ ଦୁଇ ଦେଶର ନେତାମାନଙ୍କ ଉପସ୍ଥିତିରେ ହସ୍ତାକ୍ଷର କରାଯାଇଥିଲା, ଯାହାଫଳରେ ଚୀନକୁ ଭାରତୀୟ ଚାଉଳ ରପ୍ତାନୀର ମାର୍ଗ ପ୍ରଶସ୍ତ ହୋଇଯାଇଥିଲା । ଏହାର ପ୍ରାରମ୍ଭ କମ ମାତ୍ରାରେ ଚାଉଳ ରପ୍ତାନୀରୁ ହୋଇଥିଲା ଏବଂ ଏବେ ଦୁଇ ଦେଶର ବ୍ୟବସାୟୀଙ୍କ ଦ୍ୱାରା ଏହାକୁ ବ୍ୟାପକ ଭାବେ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

୨) ୨୦୧୮ ନଭେମ୍ବର ୨୮କୁ ଚୀନର ଉପମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଭାରତରୁ ଚୀନକୁ ଫିସମିଲ (ମାଛ ଦାନା)/ ମାଛ ତେଲର ରପ୍ତାନୀ ସହିତ ଜଡିତ ପ୍ରୋଟୋକଲ ଉପରେ ସ୍ୱାକ୍ଷର କରାଯାଇଥିଲା ।

୩) ୨୦୧୯ ଜାନୁଆରୀ ୨୧ ଏବଂ ୨୨କୁ ଭାରତରୁ ଚୀନକୁ ତମ୍ବାକୁ ରପ୍ତାନୀ ସହିତ ଜଡିତ ପ୍ରୋଟୋକଲର ନବୀକରଣ କରାଯାଇଥିଲା ଏବଂ ଏଥିରେ ସ୍ୱାକ୍ଷର କରାଯାଇଥିଲା । ଏହାଦ୍ୱାରା ଚୀନକୁ ଭାରତୀୟ ତମ୍ବାକୁର ରପ୍ତାନୀର ମାର୍ଗ ପ୍ରଶସ୍ତ ହୋଇଯାଇଥିଲା ।

ଏପରି ତ ଭାରତର କିଛି ଚିନ୍ତାକୁ ଦୂର କରିଦିଆଯାଇଛି, ମାତ୍ର ଚୀନର ବାଜାରରେ ଭାରତର ସ୍ଥିତିକୁ ମଜଭୁତ କରିବା ନେଇ ଏବେ ଅଧିକ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି । ଭାରତଠାରୁ ନିକଟ ଭବିଷ୍ୟତରେ ଚୀନକୁ ସୋୟାବିନ ଉତ୍ପାଦ, କେକ ଏବଂ ଡାଳିମ୍ବର ରପ୍ତାନୀ ପାଇଁ ପ୍ରୋଟୋକଲରେ ଖୁବ ଶୀଘ୍ର ସ୍ୱାକ୍ଷର କରାଯିବାର ଆଶା କରାଯାଉଛି, କାରଣ ଏହି ଦିଗରେ ପାରସ୍ପରିକ ବିଚାର-ବିମର୍ଶ ପ୍ରଗତିରେ ରହିଛି ।

ଯଦିଓ କିଛି ବସ୍ତୁମାନଙ୍କ ପାଇଁ ପ୍ରୋଟୋକଲରେ ହସ୍ତାକ୍ଷର କରାଯାଇ ସାରିଛି, ମାତ୍ର ବାସ୍ତବିକ ରପ୍ତାନୀରେ ଏବେ ବି ଅନେକ ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଭାରତୀୟ ରପ୍ତାନିକାରୀଙ୍କୁ ଏହି ଅବସର ସହିତ ଏଇ ନିକଟର ଘଟଣାକ୍ରମରୁ ମଧ୍ୟ ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଚୀନର ଅନେକ ଉତ୍ପାଦ ଉପରେ ଆମେରିକା ଦ୍ୱାରା ଲଗା ଯାଇଥିବା ଶୁଳ୍କ ବା ଡ୍ୟୁଟିକୁ ଧ୍ୟାନରେ ରଖି ଭାରତରୁ ଆମେରିକାକୁ ରପ୍ତାନୀ କରିବା ପାଇଁ ମଧ୍ୟ ଏହିପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

Leave A Reply