ରେଳ ଷ୍ଟେସନର ଆଧୁନୀକିକରଣ,୧୨୫୩ଟି ଷ୍ଟେସନ ଚିହ୍ନଟ  ୧୦୬୫ଟି  ବିକଶିତ

0 461

ନୂଆଦିଲ୍ଲୀ —-ରେଳ ଷ୍ଟେସନର ଉନ୍ନତିକରଣ ଏକ ନିରନ୍ତର ଜାରି ରହିଥିବା ପ୍ରକ୍ରିୟା । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆବଶ୍ୟକତା, ଯାତ୍ରୀ ସଂଖ୍ୟା, ପ୍ରାଥମିକତା ତଥା ଆର୍ଥିକ ସଙ୍ଗତିକୁ ଦୃଷ୍ଟିରେ ରଖି ନିଆଯାଉଛି ।

୨୦୦୯-୧୦ରୁ ଆଦର୍ଶ ଷ୍ଟେସନ ଯୋଜନା ଆରମ୍ଭ ହୋଇଥିଲା । ଯାତ୍ରୀଙ୍କ ଆବଶ୍ୟକତାକୁ ଚିହ୍ନଟ କରି ରେଳଷ୍ଟେସନଗୁଡ଼ିକର ଉନ୍ନତିକରଣ ଆଦର୍ଶ ଯୋଜନା ମାଧ୍ୟମରେ ହୋଇଛି । ସେବେଠାରୁ ଏହି ଯୋଜନାରେ ୧୨୫୩ଟି ଷ୍ଟେସନ ଚିହ୍ନଟ ହେବା ସହ ୧୦୬୫ଟି ଷ୍ଟେସନ ବିକଶିତ ହୋଇଛି ।

ଏହି ଯୋଜନାରେ ବିକାଶ ପାଇଁ ପଂଜାବର ୩୨ଟି ଷ୍ଟେସନ ଚିହ୍ନିତ ହୋଇଥିଲା । ସେଥି ମଧ୍ୟରୁ ଏଯାଏଁ ୨୫ଟି ଷ୍ଟେସନର ଉନ୍ନତିକରଣ କାମ ସରିଥିବା ବେଳେ ୨୦୧୮-୧୯ରେ ବାକି ୭ଟି ଷ୍ଟେସନର ଉନ୍ନତି ପାଇଁ ଲକ୍ଷ୍ୟ ରହିଛି ।

ହରିଆନାର ୧୬ଟି ଷ୍ଟେସନ ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ପାଇଁ ଚିହ୍ନଟ ହୋଇଥିଲା । ସେଥି ମଧ୍ୟରୁ ଏଯାଏଁ ୧୧ଟି ଷ୍ଟେସନର ଉନ୍ନତିକରଣ ସରିଥିବା ବେଳେ ୨୦୧୮-୧୯ରେ ବାକି ୫ଟି ଷ୍ଟେସନର ଉନ୍ନତି ପାଇଁ ଲକ୍ଷ୍ୟ ରହିଛି ।

ଆନ୍ଧ୍ରପ୍ରଦେଶର ୪୬ଟି ଷ୍ଟେସନକୁ ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ପାଇଁ ଚିହ୍ନଟ ହୋଇଥିଲା । ସେଥି ମଧ୍ୟରୁ ଏଯାଏଁ ୪୦ଟି ଷ୍ଟେସନର ଉନ୍ନତିକରଣ ସରିଥିବାବେଳେ ୨୦୧୮-୧୯ରେ ବାକି ୬ଟି ଷ୍ଟେସନର ଉନ୍ନତି ପାଇଁ ଲକ୍ଷ୍ୟରହିଛି ।

ତେଲଙ୍ଗାନାର ୨୪ଟି ଷ୍ଟେସନକୁ ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ପାଇଁ ଚିହ୍ନଟ କରା ହୋଇଥିଲା । ସେଥିମଧ୍ୟରୁ ଏଯାଏଁ ୨୨ଟି ଷ୍ଟେସନର ଉନ୍ନତିକରଣ ସରିଥିବାବେଳେ ୨୦୧୮-୧୯ରେ ବାକି ୨ଟି ଷ୍ଟେସନର ଉନ୍ନତି ପାଇଁ ଲକ୍ଷ୍ୟ ରହିଛି ।

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହନେ ରାଜ୍ୟସଭାରେ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

Leave A Reply