ଶାରଦୀୟ ନବରାତ୍ରୀର ୮ ମ ଦିନରେ ମା ମହାଗୌରୀଙ୍କ ଉପାସନା କଲେ ସକଳ ମନୋକାମନା ପୂରଣ ହୋଇଥାଏ
ମା ଦୁର୍ଗାଙ୍କ ଅଷ୍ଠମ ରୂପ ହେଲେ ମା ମହାଗୌରୀ । ନାମରୁ ହିଁ ପ୍ରତୀତ ହେଉଛି ଯେ ମା ଗୌରବର୍ଣ୍ଣା ଓ ଅପରୂପା । ଶ୍ୱେତବସନା ମାଙ୍କ ·ରିିଟି ହାତ ଓ ସେଗୁଡ଼ିକରେ ପଦ୍ମ, ତ୍ରୀଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି ଓ ୪ର୍ଥ ହସ୍ତଟି ବରଦ ମୁଦ୍ରାରେ ରହିଛି । ସେ ବୃଷଭ ଧାରଣ କରିଥିବାରୁ ତାଙ୍କୁ ବୃଷାରୁଢା ବୋଲି ମଧ୍ୟ କୁହାଯାଏ । ମତା ଅମୋଘ ଫଳଦାୟିନୀ ଓ ନିଜ ଭକ୍ତ ମାନଙ୍କୁ ନିଶ୍ଚିତ ଫଳପ୍ରଦାନ କରନ୍ତି, ସମସ୍ତ ପାପରୁ ମୁକ୍ତ କରନ୍ତି । ତାଙ୍କ କୃପାରୁ ଅଲୌକିକ ସିଦ୍ଧି ପ୍ରାପ୍ତ ହୁଏ । ମାର୍କଣ୍ଡେୟ ପୁରାଣ ଅନୁସାରେ ଯେତେବେଳେ ଶିବଙ୍କୁ ପତି ରୂପରେ ପାଇବାକୁ ମା ପାର୍ବତୀ ବନରେ ଘୋର ତପସ୍ୟା କରୁଥିଲେ, ତପର ପ୍ରଭାବରୁ ତାଙ୍କ ଶରୀର କୃଷ୍ଣବର୍ଣ୍ଣ ଧାରଣ କରିଥିଲା, ଏହି ସମୟରେ ଭଗବାନ ଶିବ ଆବିର୍ଭାବ ହୋଇ ତାଙ୍କ ମନୋକାମନା ପୂରଣ କରିବା ସହ ତାଙ୍କୁ ଗଙ୍ଗା ଜଳରେ ଧୋଇ ଦେଇଥିଲେ । ଏହା ପରେ ତାଙ୍କର ଶରୀର ଗୌରବର୍ଣ୍ଣ ଧାରଣ କରିଥିଲା ଓ ସେ ଗୌରୀନାମରେ ପରିଚିତ ହେଲେ ।
ଧ୍ୟାନ
ଶ୍ୱେତେ ବୃଷେ ସମାରୁଢା ଶ୍ୱେତାମ୍ବରଧରା ଶୁଚୀଃ ।
ମହାଗୌରୀ ଶୁଭଂ ଦଦ୍ୟାନ୍ମହାଦେବପ୍ରମୋଦଦା ।।