ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପହଲଗାମ ଠାରେ ଗତ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଇଛି ଏବଂ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଏଭଳି ପରିସ୍ଥିତିରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ (ଏନଏସଇ) ଏହି ଆକ୍ରମଣରେ ପୀଡିତଙ୍କ ପ୍ରତି ସମର୍ଥନ ପାଇଁ ଆଗେଇ ଆସିଛି । ଏହି ହୃଦୟ ବିଦାରକ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ସମୁଦାୟ ୧ କୋଟି ଟଙ୍କା (ଅର୍ଥାତ୍ ପରିବାର ପିଛା ପାଖାପାଖି ୪ ଲକ୍ଷ ଟଙ୍କା) ଦେବାକୁ ପ୍ରତିଶ୍ରୁତି ଦେଇଛି ଏନଏସଇ । ଏହି ଦୁଃଖ ଏବଂ ସଙ୍କଟ ସମୟରେ ଏନଏସଇ ଦେଶ ସହିତ ଦୃଢ଼ ଭାବେ ଠିଆ ହୋଇଛି ।
ଏନେଇ ଏନଏସଇର ଏମଡି ଏବଂ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି, “ଏହା ଆମ ଦେଶ ପାଇଁ ଏକ ସାମୂହିକ ଶୋକର ମୁହୂର୍ତ । ଆମର ସମବେଦନା ଏବଂ ପ୍ରାର୍ଥନା ପ୍ରଭାବିତ ପରିବାରମାନଙ୍କ ସହିତ ରହିଛି ଏବଂ ଆମେ ଆଶା କରୁଛୁ ଯେ ସେମାନଙ୍କୁ ଯଥାସମ୍ଭବ ସହାୟତା ମିଳିବ ।”
Comments are closed, but trackbacks and pingbacks are open.