10

ମାତ୍ର ୬୬୯୯ ଟଙ୍କାରେ ସେଗ୍‌ମେଂଟର ସବୁଠାରୁ ଡ୍ୟୁରାବୁଲ ସ୍ମାର୍ଟଫୋନ ସ୍ମାର୍ଟ ୯ଏଚ୍‌ଡି ଲଂଚ୍ କରିଛି ଇନ୍‌ଫିନିକ୍ସ

ନୂଆଦିଲ୍ଲୀ : ଏକ ନୂତନ ପିଢିର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍‌ଫିନିକ୍ସ ଏହାର ନୂତନ ସ୍ମାର୍ଟଫୋନ ସ୍ମାର୍ଟ ୯ଏଚ୍‌ଡିର ଲଂଚ୍ ଘୋଷଣା କରିଛି। ଏହି ଅତ୍ୟାଧୁନିକ ଡିଭାଇସ ଏକ ଅତୁଳନୀୟ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବା ଏବଂ ଭାରତୀୟ ସ୍ମାର୍ଟଫୋନ ବଜାରରେ ଏକ ବଡ ପରିବର୍ତନ ଆଣିବା ପାଇଁ ସ୍ଥାୟିତ୍ୱ, କାର୍ଯ୍ୟଦକ୍ଷତା ଓ ଷ୍ଟାଇଲକୁ ଏକତ୍ରିତ କରିଛି। ମାତ୍ର ୬୬୯୯ ଟଙ୍କା ମୂଲ୍ୟର ଇନ୍‌ଫିନିକ୍ସର ଏହି ସ୍ମାର୍ଟଫୋନ୍ ୪ଟି ଆକର୍ଷଣୀୟ ରଙ୍ଗ- ମିଂଟ ଗ୍ରୀନ, କୋରାଲ ଗୋଲ୍ଡ, ନିଓ ଟାଇଟାନିୟମ ଓ ମେଟାଲିକ ବ୍ଲାକରେ ଉପଲବ୍ଧ ହେଉଛି। ଏହା ବିକ୍ରି ପାଇଁ ଆସନ୍ତା ଫେବୃଆରୀ ୪ ତାରିଖରୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ।

ଅତୁଳନୀୟ ସ୍ଥାୟିତ୍ୱକୁ ଭେଟିଛି ଆକର୍ଷଣୀୟ ଡିଜାଇନ


ସ୍ମାର୍ଟ ୯ ଏଚ୍‌ଡିରେ ଏକ ମଲ୍ଟିଲେୟର ଗ୍ଲାସ୍ ଫିନିଶ ବ୍ୟାକ୍ ଥିବା ସତେଜ ଡିଜାଇନ ରହିଛି ଯାହା ଆଂଟି-ଫିଙ୍ଗରପ୍ରିଂଟ ହେବା ସହ ମଜବୁତ ଡିଜାଇନ ବିଶିଷ୍ଟ ଅଟେ। ଫ୍ଲାଟ୍ ଏଜ୍ ଓ ଏକ କଲର-ମ୍ୟାଚ୍‌ଡ ଫ୍ରେମ୍ ସହିତ ଏହି ଡିଭାଇସ୍ ଏକ ପ୍ରିମିୟମ ଅନୁଭୂତି ଦେଉଛି। ଏହାର ସ୍କଲିକ, ଇଂଟିଗ୍ରେଟେଡ କ୍ୟାମେରା ମଡ୍ୟୁଲ ଆଧୁନିକ ସୌନ୍ଦର୍ଯ୍ୟତା ଦ୍ୱାରା ଅନୁପ୍ରାଣିତ ହୋଇ ଫୋନର ଟ୍ରେଣ୍ଡି କଲର୍‌କୁ ପରିପୂର୍ଣ୍ଣ କରୁଛି।
ସ୍ମାର୍ଟ ୯ଏଚ୍‌ଡିର ଡିଜାଇନରେ ସ୍ଥାୟିତ୍ୱ କେନ୍ଦ୍ରରେ ରହିଛି। ଏକ ଆଇପି୫୪ ସ୍ପ୍ଲାଶ-ପ୍ରୁଫ ରେଟିଂ ସହିତ ଏହି ଡିଭାଇସ ସହଜରେ ଓଦା ଓ ତେଲିଆ ଆଙ୍ଗୁଠିର ସ୍ପର୍ଶକୁ ନିୟନ୍ତ୍ରଣ କରିପାରିଥାଏ। ଇନ୍‌ଫିନିକ୍ସ ସ୍ମାର୍ଟ ୯ଏଚ୍‌ଡିର ୨୦୦ରୁ ଅଧିକ କ୍ୱାଲିଟି ଟେଷ୍ଟ କରାଇଛି ଯେଉଁଥିରେ ଏକ ୧.୫ ମିଟର ୬-ସାଇଡ ଡ୍ରପ ଟେଷ୍‌ଯ ଓ ଅତ୍ୟଧିକ ତାପମାତ୍ରାରେ ପରିକ୍ଷଣ ସାମିଲ ରହିଛି, ଯାହା ସୁନିଶ୍ଚିତ କରୁଛି ଯେ ଏହା ଦୈନନ୍ଦିନ ବ୍ୟବହାରର ଜଟିଳତାକୁ ସହ୍ୟ କରିପାରିବ। ଏହି ଫୋନ ଇନ୍‌ଫିନିକ୍ସ ଲ୍ୟାବ୍ ସ୍ଥିତିରେ ଜଟିଳ, ଫ୍ଲାଗସିପ ସ୍ତରୀୟ ସ୍ଥାୟିତ୍ୱ ପରୀକ୍ଷଣର ସମ୍ମୁଖୀନ ହୋଇଛି। ୨୫୦,୦୦୦ରୁ ଅଧିକ ଡ୍ରପ ଟେଷ୍ଟରେ ପାସ୍ କରିଥିବା ଏହି ଡିଭାଇସ ନିଜ ସେଗ୍‌ମେଂଟରେ ସ୍ଥାୟିତ୍ୱ ପାଇଁ ଏକ ନୂତନ ମାନକ ଧାର୍ଯ୍ୟ କରିଛି।

ନିମଜ୍ଜିତ ଡିସ୍‌ପ୍ଲେ ଓ ଅଡିଓ ଅନୁଭୂତି


ସ୍ମାର୍ଟ ୯ଏଚ୍‌ଡିରେ ସେଗ୍‌ମେଂଟ ପ୍ରଥମ ୬.୭ ଇଂଚ ଏଚ୍‌ଡି+ ପଂଚ-ହୋଲ ଡିସ୍‌ପ୍ଲେ ଏକ ସୁଗମ ୯୦ଏଚ୍‌ଜେଡ ରିଫ୍ରେଶ ରେଟ ଓ ୫୦୦ ନିଟ୍‌ସ ବ୍ରାଇଟନେସ୍ ରହିଛି। ଏହି ବୃହତ ଓ ଜୀବନ୍ତ ସ୍କ୍ରିନ ମଲ୍ଟିମିଡିଆ ବ୍ୟବହାର ଓ ଗେମିଂ ପାଇଁ ଏକ ନିମଜ୍ଜିତ ଦୃଶ୍ୟତା ଅନୁଭୂତି ପ୍ରଦାନ କରୁଛି। ଡୁଆଲ ସ୍ପିକର ସହ ଡିଟିଏସ୍ ପ୍ରୋସେସିଂ ଓ ସାଉଣ୍ଡ ବୁଷ୍ଟ ଟେକ୍ନୋଲୋଜି ଏହାର ଭିଜୁଆଲ ଅନୁଭୂତିକୁ ପରିପୂର୍ଣ୍ଣ କରୁଛି, ଯାହା ଏକ ଉନ୍ନତ ମନୋରଞ୍ଜନ ଅନୁଭୂତି ପାଇଁ ସମୃଦ୍ଧ ଓ ନିମଜ୍ଜିତ ସାଉଣ୍ଡ ପ୍ରଦାନ କରୁଛି।

ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ଓ ପର୍ଯ୍ୟାପ୍ତ ଷ୍ଟୋରେଜ
ମିଡିଆଟେକ ହେଲିଓ ଜି୫୦ ୨.୨ଜିଏଚ୍‌ଜେଡ ଅକ୍ଟାକୋର ପ୍ରୋସେସର ଓ ହାଇପରଇଞ୍ଜିନ ଲାଇଟ୍ ୨.୦ ଦ୍ୱାରା ପରିଚାଳିତ ସ୍ମାର୍ଟ ୯ଏଚ୍‌ଡି ଦୈନନ୍ଦିନ କାର୍ଯ୍ୟ ଓ ଗେମିଂ ପାଇଁ ସୁଗମ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି। ୬୪ ଜିବିର ଇଂଟରନାଲ ଷ୍ଟୋରେଜ (୧ ଟିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବୁଲ) ଓ ୬ ଜିବି ପର୍ଯ୍ୟନ୍ତ ରାମ (୩ ଜିବି ଫିଜିକାଲ + ୩ଜିବି ଭର୍ଚୁଆଲ) ସହିତ, ଉପଭୋକ୍ତାଙ୍କ ନିକଟରେ ସେମାନଙ୍କର ଆପ ଓ ମିଡିଆ ପାଇଁ ପର୍ଯ୍ୟାପ୍ତ ସ୍ପେଶ ରହିବ। ଏହି ସମ୍ମିଶ୍ରଣ ଦକ୍ଷ ମଲ୍ଟିଟାସ୍କିଂ ଓ ସୁଗମ ଆପ୍ ଲଂଚ୍ ସୁନିଶ୍ଚିତ କରିଥାଏ।

ଆଡ୍‌ଭାନ୍ସଡ କ୍ୟାମେରା ସିଷ୍ଟମ
ସ୍ମାର୍ଟ ୯ଏଚ୍‌ଡିର କ୍ୟାମେରା ସିଷ୍ଟମରେ କ୍ୱାଡ ଏଲ୍‌ଇଡି ଓ ଜୁମ୍ ଫ୍ଲାଶ ସହ ଏକ ୧୩ଏମ୍‌ପି ଡୁଆଲ ରିୟର କ୍ୟାମେରା ରହିଛି, ଏହା ହେଉଛି ଏକ ଫିଚର ଯାହା ଲୋ ଲାଇଟ ଫଟୋଗ୍ରାଫିକୁ ଉନ୍ନତ କରିଥାଏ। ଏହି ଡିଭାଇସ ଏଲ୍‌ଇଡି ଫ୍ଲାଶ ଓ ସ୍କ୍ରିନ ଫ୍ଲାଶ ଫିଚର ସମେତ ୮ ଏମ୍‌ପି ଫ୍ରଂଟ-ଫେସିଂ କ୍ୟାମେରା ସହିତ ଆସୁଛି ଯାହା କମ୍ ଆଲୋକ ପରିବେଶରେ ମଧ୍ୟ ସୁନ୍ଦର ସେଲ୍‌ଫି ନିଶ୍ଚିତ କରିଥାଏ। ବିୟୁଟି ଓ ପୋର୍ଟ୍ରେଟ ମୋଡ ସହ ଉପଭୋକ୍ତାମାନେ ସହଜରେ ପ୍ରଫେସନାଲ ଦେଖାଯାଉଥିବା ଫଟୋ କ୍ୟାପଚର କରିପାରିବେ।

ସାରା ଦିନର ପାୱାର ଓ ଇଂଟେଲିଜେଂଟ ଫିଚର
ଏଆଇ ଚାର୍ଜ ପ୍ରୋଟେକ୍ସନ ଓ ପାୱାର ମାରାଥନ ଫିଚର ସହିତ ଏକ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ସ୍ମାର୍ଟ ୯ ଏଚ୍‌ଡିକୁ ସାରାଦିନ କାର୍ଯ୍ୟକ୍ଷମ ରଖିଥାଏ। ଏହି ଇଂଟେଲିଜେଂଟ ପାୱାର ମ୍ୟାନେଜମେଂଟ ଫିଚରଗୁଡିକ ବ୍ୟାଟେରୀ ବ୍ୟବହାରକୁ ଉନ୍ନତ କରିଥାନ୍ତି, ଯାହା ଉପଭୋକ୍ତା ଯେପରି ବାରମ୍ବାର ଚାର୍ଜ ନକରି ଦୀର୍ଘ ସମୟ ପର୍ଯ୍ୟନ୍ତ କନେକ୍ଟେଡ ରହିବେ ତାହା ନିଶ୍ଚିତ କରିଥାଏ।

ଏହି ସ୍ମାର୍ଟ ୯ଏଚ୍‌ଡି ଆଣ୍ଡ୍ରଏଡ ୧୪ ଗୋ ଏଡିସନ ଉପରେ ପରିଚାଳିତ ହେଉଛି, ଯାହାକୁ କମ ବୈଶିଷ୍ଟତା ଥିବା ଡିଭାଇସଗୁଡିକରେ ଉତମ କାର୍ଯ୍ୟଦକ୍ଷତା ପାଇଁ ଅପ୍ଟିମାଇଜ କରାଯାଇଛି। ଏହାର ସ୍ୱତନ୍ତ୍ର ଡାଇନାମିକ ବାର ୟୁଜର ଇଂଟରଫେସ୍‌ରେ କାର୍ଯ୍ୟଦକ୍ଷତା ଓ ଷ୍ଟାଇଲର ଏକ ଅତିରିକ୍ତ ସ୍ତର ଯୋଗ କରୁଛି, ଯାହା ଏହାକୁ ପ୍ରତିଯୋଗୀଙ୍କଠାରୁ ଭିନ୍ନ କରୁଛି।

ଇନ୍‌ଫିନିକ୍ସ ସ୍ମାର୍ଟ ୯ଏଚ୍‌ଡି ଆପଣଙ୍କର ନିକଟସ୍ଥ ଷ୍ଟୋର ଓ ଅନ୍‌ଲାଇନ ପ୍ଲାଟଫର୍ମଗୁଡିକରେ ୬୬୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ। ଅଧିକ ସୂଚନା ପାଇଁ ଭିଜିଟ କରନ୍ତୁ : https://www.infinixmobiles.in/pages/usp/SMART-9-HD/

Comments are closed, but trackbacks and pingbacks are open.