ଆନ୍ତର୍ଜାତିକ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଖୋ ଖୋ ଟିମକୁ ମିଳିବ ଆର୍ଥିକ ସହାୟତା

ଆନ୍ତର୍ଜାତିକ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଖୋ ଖୋ ଟିମକୁ ମିଳିବ ଆର୍ଥିକ ସହାୟତା;

0 454

ନୂଆଦିଲ୍ଲୀ. – ଭାରତ ସରକାରଙ୍କ ଆର୍ଥିକ ସହାୟତା ସହିତ ଭାରତୀୟ ଖୋ ଖୋ ଦଳକୁ ୨୦୧୮ ସେପ୍ଟେମ୍ବର ୧ ରୁ୪  ମଧ୍ୟରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆନ୍ତର୍ଜାତିକ ଖୋ ଖୋ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଅନୁମତି ପ୍ରଦାନ କରିଛନ୍ତି । ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ କୋହଳ କରାଯାଇ ପ୍ରଥମ ଥର ପାଇଁ ଖୋ ଖୋ ଦଳକୁ ଏକ ଆନ୍ତର୍ଜାତିକ ଇଭେଂଟରେ ଅଂଶଗ୍ରହଣ କରିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟାନ୍ୟା କ୍ରୀଡ଼ା ବର୍ଗରେ ଥିବା ଖୋ ଖୋ କ୍ରୀଡାବିତମାନଙ୍କୁ ଆନ୍ତର୍ଜାତିକ କ୍ରୀଡ଼ା ଇଭେଂଟରେ ଅଂଶଗ୍ରହଣ କରିବା ନେଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ ।

 

ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆନ୍ତର୍ଜାତିକ ଖୋ ଖୋ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି ଖୋ ଖୋ ଫେଡେରେସନ ଅଫ ଇଣ୍ଡିଆକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନିଷ୍ପତ୍ତିର କାରଣ ହେଲା କେବଳ ଏହି ପାରମ୍ପରିକ ଭାରତୀୟ କ୍ରୀଡ଼ା ଏବଂ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ଭବିଷ୍ୟତରେ ଏହି ଖେଳକୁ ପ୍ରସିଦ୍ଧ କରାଇବା ଏବଂ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅଲିମ୍ପିକ୍ସ ଆଦି ବିବିଧ କ୍ରୀଡ଼ା ବିଶିଷ୍ଟ ଇଭେଂଟମାନଙ୍କରେ ଏହାକୁ ଅନ୍ତର୍ଭୁକ୍ତ କରାଇବା ।

Leave A Reply