ଫାଇଭ୍‌ଷ୍ଟାର ହୋଟେଲ୍‌ରେ  ଖାଦ୍ୟ ଖାଇ ଡାଇରିଆରେ  ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !

 ଫାଇଭ୍‌ଷ୍ଟାର ହୋଟେଲ୍‌ରେ  ଖାଦ୍ୟ ଖାଇ ଡାଇରିଆରେ  ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !

0 528

ଲଣ୍ଡନ.- ଇଜିପ୍ଟର ଏକ ପଞ୍ଚ ତାରକା ହୋଟେଲ୍‌ରେ ରହିଥିବା ଅନେକ ପର୍ଯ୍ୟଟକ  ସେଠାକାର ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ଏକ ବ୍ରିଟିଶ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ସେଠାକାର ଖାଦ୍ୟ ଖାଇ ଅତିଥିମାନଙ୍କର ଏପରି ଅବସ୍ଥା  ହୋଇଥିଲା । ସମସ୍ତଙ୍କର ପେଟ ଖରାପ ହେବା ସହ ପତଳା ଝାଡା ହୋଇଥିଲା । ଏପରି ଅବସ୍ଥା ହୋଇଥିଲା ତିନିଜଣ ପର୍ଯ୍ୟଟକ ସୁଇମିଂ ପୁଲ, (ସନ୍ତରଣ କୁଣ୍ଡ)ରେ ଝାଡା କରି ଦେଇଥିଲେ ।

ବ୍ରିଟିଶର ଯାତ୍ରା ଓ ପାର୍ଯ୍ୟଟନ ସଂସ୍ଥା ଥମାସ୍‌ କୁକ୍‌କୁ ଏ ନେଇ ଅନେକ ଅଭିଯୋଗ ଆସିଛି । ଏହି ହୋଟେଲ୍‌ରେ ପର୍ଯ୍ୟଟକମାନଙ୍କୁ କଞ୍ଚା ମାଂସର ବ୍ୟଞ୍ଜନ ଓ କଞ୍ଚା ଘାସରୁ ପ୍ରସ୍ତୁତ ପାନୀୟ ଦିଆଯାଇଥିଲା ।  ଜନ୍‌ କୁପର ଓ ତାଙ୍କର ସ୍ତ୍ରୀ ସୁସାନଙ୍କର ଡାଇରିଆ ହୋଇ ମୃତ୍ୟୁ ହୋଇଯାଇଥିଲା । ଲୋହିତ ସାଗର ନିକଟରେ ଥିବା ହୁର୍ଘାଡା ହୋଟେଲରେ ଏପରି ଅବସ୍ଥା ହୋଇଛି । ଅନେକ ପର୍ୟ୍ୟଟକ ଏହି ହୋଟେଲ୍‌ରେ ରହିବା ପରେ ପେଟ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ଯନ୍ତ୍ରଣା ହେଉଥିବାର ଅଭିଯୋଗ କରିଛନ୍ତି । ଏହାପରେ ଥମାସ୍‌ କୁକ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Leave A Reply