ସମ୍ବଲପୁର ଆଇଆଇଏମକୁ ମିଳିବ ୪୦୧.୯୪ କୋଟି ଟଙ୍କା

0 1,236

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅମୃତସର, ବୋଧଗୟା, ନାଗପୁର, ସମ୍ବଲପୁର, ସିରମୌର, ବିଶାଖାପାଟଣା ଏବଂ ଜାମ୍ମୁରେ ଥିବା ୭ଟି ନୂଆ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ (ଆଇଆଇଏମ)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଏବଂ ସେଗୁଡ଼ିକର କାର୍ୟ୍ୟକ୍ଷମକୁ ଅନୁମୋଦନ କରିଛନ୍ତି । ଏଥିପାଇଁ କ୍ୟାବିନେଟ ମୋଟ ୩୭୭୫.୪୨ କୋଟି ଟଙ୍କାର ପୁନଃପୌନିକ ବ୍ୟୟବରାଦ (୨୯୯୦.୯୬ କୋଟି ଟଙ୍କାର ଅଣ ପୁନଃପୌନିକ ଏବଂ ୭୭୫.୪୬ କୋଟି ଟଙ୍କାର ପୁନଃପୌନିକ ଖର୍ଚ୍ଚ)କୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୨୦୧୫-୧୬ ଏବଂ ୨୦୧୬-୧୭ ଆର୍ଥିକ ବର୍ଷରେ ଏସବୁ ଆଇଆଇଏମ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଏସବୁ ସଂସ୍ଥାନ ଅସ୍ଥାୟୀ କ୍ୟାମ୍ପସରେ ପରିଚାଳିତ ହେଉଛି ।

ଏସବୁ ସଂସ୍ଥାୟନ ନିର୍ମାଣ ପାଇଁ ମୋଟ ୩୭୭୫.୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି । ଉପରୋକ୍ତ ଆଇଆଇଏମଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯିବା ପାଇଁ ଆନୁମାନିକ ଖର୍ଚ୍ଚର ବିବରଣୀ ନିମ୍ନରେ ଦିଆଗଲା :

ଆନୁମାନିକ ବ୍ୟୟ

ଆଇଆଇଏମ ଅମୃତସର ୩୪୮.୩୧ କୋଟି ଟଙ୍କା

ଆଇଆଇଏମ ବୋଧଗୟା  ୪୧୧.୭୨ କୋଟି ଟଙ୍କା

ଆଇଆଇଏମ ନାଗପୁର ୩୭୯.୬୮ କୋଟି ଟଙ୍କା

ଆଇଆଇଏମ ସମ୍ବଲପୁର ୪୦୧.୯୪ କୋଟି ଟଙ୍କା

ଆଇଆଇଏମ ସିରମୌର ୩୯୨.୫୧ କୋଟି ଟଙ୍କା

ଆଇଆଇଏମ ବିଶାଖାପାଟଣା ୪୪୫.୦୦ କୋଟି ଟଙ୍କା

ଆଇଆଇଏମ ଜାମ୍ମୁ  ୪୨୪.୯୩ କୋଟି ଟଙ୍କା

ମୋଟ ୨୮୦୪.୦୯ କୋଟି ଟଙ୍କା

ଏଥିମଧ୍ୟରୁ ପ୍ରତ୍ୟେକ ଆଇଆଇଏମ ୬୦,୩୮୪ ବର୍ଗମିଟର କ୍ଷେତ୍ରରେ ନିର୍ମାଣ କରାଯିବ । ପ୍ରତ୍ୟେକ ଆଇଆଇଏମରେ ୬୦୦ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଉପଲବ୍ଧ ହେବ । ଏସବୁ ସଂସ୍ଥାନଗୁଡ଼ିକୁ ୫ ବର୍ଷ ଲାଗି ପ୍ରତ୍ୟେକ ଛାତ୍ରଙ୍କ ପିଛା ୫ ଲକ୍ଷ ଟଙ୍କାର ମଞ୍ଜୁରି ଦିଆଯାଇଛି । ଏହାପରେ ଆଶା କରାଯାଉଛି ଯେ ଏସବୁ ସଂସ୍ଥାନ ନିଜର ପରିଚାଳନା/ରକ୍ଷଣାବେକ୍ଷଣ ଖର୍ଚ୍ଚ ଅନ୍ତରୀଣ ଭାବେ ସଂଗୃହିତ ଅର୍ଥରାଶି ଜରିଆରେ କରିବେ ।

Leave A Reply