ରାଜ୍ୟରେ ପୁଣି ଶୀତ ବଢ଼ିବ-କେତେକ ସ୍ଥାନରେ କୁହୁଡି ଓ ଘନକୁହୁଡି ହେବାର ସମ୍ଭାବନା

0 146

ରାଜ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୬, ୨୭ ଓ ୨୮ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ୨୬ ଓ ୨୭ ତାରିଖରେ କେତେକ ସ୍ଥାନରେ କୁହୁଡି ଓ ଘନକୁହୁଡି ହେବାର ସମ୍ଭାବନା ରହିଛି । ଏହି ୩ଦିନ ପାଗ ଶୁଖିଲା ରହିଲେ ମଧ୍ୟ ଶୀତର ପ୍ରକୋପ ବଢ଼ିବାର
ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‍.ଆର୍‍.ବିଶ୍ୱାସ ସୂଚନା ଦେଇଛନ୍ତି ।

winter_in_odisha


ରାଜ୍ୟରେ ଘୂର୍ଣ୍ଣିବଳୟ ଦୁର୍ବଳ ହୋଇ ବର୍ଷାର ପରିମାଣ ହ୍ରାସ ପାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ଶୀତର ପ୍ରକୋପ ପୁଣି ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିଲେ ମଧ୍ୟ ରାତ୍ରିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲା କନ୍ଧମାଳ, ନୟାଗଡ଼, ବୌଦ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକରେ ଘନକୁହୁଡି ଅନୁଭୂତ ହେବାକୁ ଥିବାରୁ ଏହି
ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପର ପକ୍ଷରେ ଏହି ସମୟ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର ରାୟଗଡ଼ା, କୋରାପୁଟ, କନ୍ଧମାଳ, ଜଗତ୍‍ସିଂହପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।

Leave A Reply