ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ
ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ

125

ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ ପାଇଛି । ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଏହା କୁହାଯାଇଛି । କ୍ରମାନ୍ୱୟରେ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତିନି ମାସ ସମୟ ପାଇଁ ଜି.ଡି.ପି. ହାରରେ ଏଭଳି ହ୍ରାସକୁ ଅର୍ଥନୈତିକ ମନ୍ଥରତାର ସୂଚନା ଭାବେ ବିବେଚନା କରାଯାଉଛି । ଆମେରିକା ଫେଡେରାଲ୍‍ ରିଜର୍ଭ ପକ୍ଷରୁ ସୁଧ ହାର ଶତକଡ଼ା ଶୂନ ଦଶମିକ ୭/୫ ଭାଗ ବୃଦ୍ଧି କରାଯିବାର ମାତ୍ର ଦିନକ ପରେ ଏହା ପ୍ରକାଶ ପାଇଛି । ଚଳିତ ବର୍ଷ ଏଥରକୁ ମିଶାଇ ଦ୍ୱିତୀୟ ବାର ଲାଗ ଫେଡେରାଲ୍‍ ରିଜର୍ଭ ସୁଧହାର ବୃଦ୍ଧି କରିଛି । ବିଗତ ୪୦ ବର୍ଷ ତୁଳନାରେ ଏହା ସର୍ବାଧିକ ସୁଧହାର ବୃଦ୍ଧି ବୋଲି କୁହାଯାଇଛି । ଜି.ଡି.ପି. ଅଭିବୃଦ୍ଧି ହାରରେ ହ୍ରାସ ଓ ସୁଧହାର ବୃଦ୍ଧିରୁ ଆମେରିକାର ଅର୍ଥନୀତିଜ୍ଞମାନେ ଅର୍ଥନୈତିକ ମନ୍ଥରତାର ପୂର୍ବାନୁମାନ କରୁଛନ୍ତି ।


ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ କହିଛନ୍ତି, ମୁଦ୍ରାସ୍ଫୀତି ଯୋଗୁଁ ବିଶ୍ୱର ସର୍ବବୃହତ୍‍ ଅର୍ଥନୀତିରେ ମନ୍ଥରତା ଏକ ବିସ୍ମୟକର ଘଟଣା ନୁହେଁ । ଏକ ବିବୃତ୍ତିରେ ସେ ଆମେରିକା ଅର୍ଥନୀତିରେ ମନ୍ଥରତା ବିଷୟକୁ ସ୍ୱୀକାର କରିଛନ୍ତି । ତେବେ ସେ କହିଛନ୍ତି, ଆମେରିକା ଠିକ୍‍ ନୀତି ଗ୍ରହଣ କରିଛି ଓ ଏହାପରେ ଆମେରିକା ଅର୍ଥନୀତି ଆହୁରି ଅଧିକ ମଜବୁତ ହେବ ।

Comments are closed, but trackbacks and pingbacks are open.