ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଇ-ବସ୍‍ ଯାତ୍ରୀମାନେ ବିନାମୂଲ୍ୟରେ ଯାତ୍ରା କରିପାରିବେ

121

ରାଜ୍ୟରେ ପ୍ରଥମକରି ପ୍ରଦୂଷଣ ମୁକ୍ତ ଇ-ବସ୍‍ ଓ ଇ-ରାଇଡ୍‍ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବା ତଥା ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦ଟି ଇ-ବସ୍‍ ଓ ୪୫ଟି ଇ-ରିକ୍ସାର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର ବ୍ୟବହାର ହ୍ରାସ କରି ଇ-ବସ୍‍ ଓ ଇ-ରିକ୍ସା ସେବାର ବ୍ୟବହାର କଲେ ଟ୍ରାଫିକ୍‍ ସମସ୍ୟାରେ ସୁଧାର ଅଣାଯାଇପାରିବ ଏବଂ ବାୟୁପ୍ରଦୂଷଣ ମଧ୍ୟ ରୋକାଯାଇପାରିବ ବୋଲି ସରକାର କହିଛନ୍ତି ।

କ୍ରୁଟ୍‍ ପକ୍ଷରୁ ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରର ବିଭିନ୍ନ ମାର୍ଗରେ ଏହି ସେବା ଯୋଗାଇ ଦିଆଯିବ । ବସ୍‍ରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ । ଶୁଭାରମ୍ଭ ଅବସରରେ ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଇ-ବସ୍‍ରେ ଯାତ୍ରୀମାନେ ବିନାମୂଲ୍ୟରେ ଯାତ୍ରା କରିପାରିବେ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ କଟକ, ପୁରୀ ଓ କୋଣାର୍କକୁ ଇ-ବସ୍‍ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed, but trackbacks and pingbacks are open.