୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି

117

ସରକାର କହିଛନ୍ତି, ୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ଶ୍ରମିକଙ୍କର ବିଦେଶ ମାଟିରେ ମୃତ୍ୟୁ ଘଟିଥାଏ, ସେତେବେଳେ ସମ୍ପୃକ୍ତ ଦେଶର ଭାରତୀୟ ଦୂତାବାସ ଆବଶ୍ୟକ ସହାୟତା ଯୋଗାଇଥା’ନ୍ତି । ସେ କହିଛନ୍ତି, ପ୍ରବାସୀ ଭାରତୀୟ ବୀମା ଯୋଜନାକୁ ଭାରତର ଦେଶନ୍ତରିତ ଶ୍ରମିକମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ଯୋଜନା ଅନୁସାରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିବା କିମ୍ବା ସ୍ଥାୟୀ ଅକ୍ଷମତା ଯୋଗୁଁ କାମଧନ୍ଦା ହରାଇବା ସ୍ଥଳେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ଓ ଅନ୍ୟାନ୍ୟ ସୁବିଧା ମିଳୁଛି । ଏ

ଥିପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ୨୭୫ ଟଙ୍କା ଲେଖାଏଁ ମାସିକ କିସ୍ତି କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ୩୭୫ ଟଙ୍କା ଲେଖାଏଁ ମାସିକ କିସ୍ତି ଦେବାକୁ ପଡ଼ୁଛି । ସେ କହିଛନ୍ତି, ଦୁର୍ଘଟଣାଜନିତ ମୃତ୍ୟୁ ଘଟିବା ସ୍ଥଳେ ସେମାନେ କାର୍ଯ୍ୟରତ ଦେଶଗୁଡ଼ିକର ପୁଲିସ୍‍ କର୍ତ୍ତୃପକ୍ଷଙ୍କଦ୍ୱାରା ଘଟଣାର ତଦନ୍ତ କରାଯାଉଛି । ଯେଉଁ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ କିମ୍ବା ପୁନର୍ବାର ତଦନ୍ତପାଇଁ ଅନୁରୋଧ କରାଯାଉଛି, ସେ କ୍ଷେତ୍ରରେ ଭାରତୀୟ ଦୂତାବାସ ପକ୍ଷରୁ ସମ୍ପୃକ୍ତ ଦେଶର ସରକାରଙ୍କ ସହ ଯୋଗାଯୋଗ କରାଯାଇ ଏଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସେ କହିଛନ୍ତି, ୨ ହଜାର ୫୭୦ଟି ପଞ୍ଜୀକୃତ ମୃତ୍ୟୁ ଘଟଣା ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ମଧ୍ୟରୁ ୨ ହଜାର ୪୭୮ଟି ଘଟଣାର ଫଏସଲା କରାଯାଇଛି । ଆପତ୍ତି ଅଭିଯୋଗର ସମାଧାନ ପାଇଁ ସରକାର ଅନେକ
ପଦକ୍ଷେପ ଗ୍ରହଣ କରିଛନ୍ତି ।

Comments are closed, but trackbacks and pingbacks are open.