ଭୁବନେଶ୍ୱର – ଜୀବିକା ବଞ୍ଚାଇବାକୁ ଲକ୍ଡାଉନ୍ ଖୋଲା ହୋଇଛି । ଜୀବନ ସଙ୍କଟରେ ପକାଇବାକୁ ନୁହେଁ । ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଘରେ ରହିବା, ମାସ୍କ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି, ଲକ୍ଡାଉନ୍ ଖୋଲିଛି ଲୋକଙ୍କ ଜୀବିକାକୁ ସ୍ୱାଭାବିକ କରିବାପାଇଁ । କରୋନା ଏଯାଏଁ ଦୂର ହୋଇ ନାହିଁ । ଏହି ସମୟରେ ସାମାନ୍ୟ ଅସାବଧାନତା ଅନେକ ସଂକ୍ରମଣର କାରଣ ସାଜିପାରେ । ତେଣୁ ଦାୟିତ୍ୱବାନ୍ ହୋଇ ସରକାରଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ନିବେଦନ କରିଛନ୍ତି ।