ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ତିନି ତଲାକ ବିଲ’

0 1,891

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ବିଳମ୍ବିତ ରାତି ତିନି ତଲାକ ବିଲକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତି ଏହି ବିଲକୁ ଅନୁମୋଦନ କରିବା ପରେ ଏହା ଏବେ ଆଇନରେ ପରିଣତ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ମୁସଲିମ ମହିଳାଙ୍କୁ ଏଣିକି ତାଙ୍କର ସ୍ୱାମୀମାନେ ତିନି ତଲାକ କହି ପାରିବେ ନାହିଁ । ଯଦି କହିବେ ତିନି ବର୍ଷ ଜେଲ ଯିବେ । ଏହି ଆଇନ ୨୦୧୮ ସେପ୍ଟେମ୍ବର ୧୯ ଠାରୁ ଲାଗୁ ହେବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପୂର୍ବରୁ ମଙ୍ଗଳବାର ରାଜ୍ୟସଭାରେ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲ ସ୍ୱୀକୃତି ପାଇଥିଲା ।

ରାଜ୍ୟସଭାରେ ମୁସଲିମ ମହିଳା ବିଲ ପକ୍ଷରେ ୯୯ ଭୋଟ ପଡ଼ିଥିବା ବେଳେ ବିରୋଧରେ ୮୪ ଭୋଟ ପଡ଼ିଥିଲା । ବହୁଜନ ସମାଜ ପାର୍ଟି, ପିଡିପି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଜନତା ଦଳ ୟୁନାଇଟେଡ, ଏଆଇଡିଏମକେ ଓ ତେଲୁଗୁ ଦେଶମ ପାର୍ଟିଭଳି କିଛି ଦଳ ଭୋଟିଂରେ ଅଂଶଗ୍ରହଣ କରି ନ ଥିଲେ । ବିଲ ମଂଜୁରୀ ହେବାର ଅନ୍ୟତମ କାରଣ ହେଲା ବିରୋଧୀଙ୍କ ରଣନୀତି ଦୁର୍ବଳ ଥିଲା ।

Leave A Reply