ଦେଶରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ – ଦେଶବ୍ୟାପି ପର୍ଯ୍ୟାୟ କ୍ରମେ ଯାତ୍ରୀବାହି ଟ୍ରେନ୍ ସେବା ଆରମ୍ଭ ହେଉଛି ।
୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ୩୦ଟି ମାର୍ଗରେ ଚଳାଚଳ କରିବ । ଏଥିପାଇଁ ସେମବାର ସନ୍ଧ୍ୟାରୁ ବୁକିଂ ଆରମ୍ଭ ହୋଇଛି । ସଂରକ୍ଷିତ
ଟିକଟର ଅବଧି ୭ ଦିନ ବଳବତ୍ତର ରହିବ । ତେବେ ନିଶ୍ଚିତ ସଂରକ୍ଷିତ ଟିକଟ ଥିବା ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ ।
ଯାତ୍ରା ସମୟରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ଭଳି ନିର୍ଦ୍ଦେଶାବଳୀକୁ ମାନିବା ବାଧ୍ୟତାମୂଳକ । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍
ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ପ୍ଲାଟ୍ଫର୍ମ ଭିତରେ କୌଣସି ବିକ୍ରୟ କେନ୍ଦ୍ର ଖୋଲାଯିବ ନାହିଁ । ଟ୍ରେନ୍ କଡ଼ରେ ମଧ୍ୟ ଜିନିଷ
ବିକ୍ରି କରିବାକୁ ନିଷେଧ କରାଯାଇଛି ।