ମେ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‍ ଖାତା ମୂଲ୍ୟାୟନ

0 686

ଭୁବନେଶ୍ୱର – ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‍ ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି ।

ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମୂଲ୍ୟାୟନରେ ୨୩ହଜାର ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ପ୍ରତିବର୍ଷ ୧୭ହଜାର ପରୀକ୍ଷକ ନିଯୁକ୍ତ ହେଉଥିବା ବେଳେ ଚଳିତ ବର୍ଷ ଅଧିକ ୬ହଜାର ପରୀକ୍ଷକଙ୍କୁ ସାମିଲ କରିବା ଲାଗି ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି । ଏହି ପର୍ଯ୍ୟାୟଗୁଡ଼ିକୁ ସକାଳ ୮ଟାରୁ ୨ଟା, ୯ଟାରୁ ୩ଟା ଏବଂ ୯ଟା ୩୦ରୁ ୪ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ମାଟ୍ରିକ୍‍, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ଏକା ସଙ୍ଗରେ ମୂଲ୍ୟାୟନ କରାଯିବ

Leave A Reply