ପଶ୍ଚିମବଙ୍ଗ: ଥମୁନି ରାଜନୈତିକ ହିଂସା, ବୋମା ବିସ୍ଫୋରଣରେ ୩ ଟିଏମସି ନେତାଙ୍କ ମୃତ୍ୟୁ
କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉତ୍କଟ ରୂପ ନେଇଛି । ମୁର୍ଶିଦାବାଦ ଜିଲ୍ଲାର ଡୋମକଲର କୁଚିଆମୋଡା ଗ୍ରାମରେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ଗୋଟିଏ ଗୋଷ୍ଠୀର ଲୋକେ ଉତ୍ତେଜିତ ହୋଇଛନ୍ତି । ଉତ୍ତେଜିତ ଲୋକେ ବିରୋଧୀ ଗୋଷ୍ଠୀଙ୍କ ଉପରକୁ ବୋମା ବିସ୍ଫୋରଣ କରିଛନ୍ତି । ଫଳରେ ୩ ଜଣ ତୃଣମୂଳ କଂଗ୍ରେସ ନେତାଙ୍କର ମୃତ୍ୟୁ ଘଟିଛି । ଟିଏମସି କର୍ମକର୍ତ୍ତା ଖୈରୁଦ୍ଦୀନ ଶେଖ ଏବଂ ସୋହେଲ ରାଣାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଂଚିଥିବା ବେଳେ ଶନିବାର ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନାପୂର୍ଣ୍ଣ ରହିଛି ।