ଫାଦର୍ସ ଡେ’: ଫିଲ୍ମରେ ଏମିତି ଅଭିନୟ କରିଥିଲେ ବଲିଉଡ କଳାକାର

0 609

ନୂଆଦିଲ୍ଲୀ: ମା’ ପାଇଁ କାହାଣୀ ଓ କବିତାଗୁଡିକରେ ବହୁତ କିଛି ଲେଖା ଯାଇଛି, ଯେଉଁ ଥିରେ ଏହି ପ୍ରେମ ବନ୍ଧନକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ବାପାଙ୍କ ଚରିତ୍ର ସବୁବେଳେ ଦାୟିତ୍ୱବୋଧ ତଳେ ଚାପି ହୋଇ ରହିଥିାଏ, ଯିଏକି ନିଜର ଭଲ ପାଇବା ଦେଖାଇପାରନ୍ତି ନାହିଁ, ଏଥିପାଇଁ କବିତା- ରଚନା ଗୁଡିକରେ ଏହି ସୁନ୍ଦର ବନ୍ଧନକୁ କମ ଜାଗା ମିଲିଥାଏ । ବଲିଉଡରେ ମଧ୍ୟ ରାଜ ଠାରୁ ନେଇ ସିମରନ ପର୍ଯ୍ୟନ୍ତ ସମସ୍ତଙ୍କର ବାପା କଡା ଓ ଖଡୁସ ଦେଖାଇଥାନ୍ତି, କିନ୍ତୁ କିଛି ହିନ୍ଦୀ ସିନେମା ଏମିତି ମଧ୍ୟ ଅଛି ଯେଉଁଥିରେ ପିତାଙ୍କର ଭଲ ପାଇବାକୁ ପରଦାରେ ଏମିତି ଆଣିଛନ୍ତି ଯାହାକୁ କେବେ ଭୁଲି ଯାଇହେବ ନାହିଁ ।
ଜୁନ ୧୬, ରବିବାର ଫାର୍ଦସ ଡେ’ (ପିତୃ ଦିବସ) ଅବସରରେ ଆପଣ ମଧ୍ୟ ନିଜର ବାପା, ପାପା, ଡାଡି, ଅଥବା ନିଜ ଜୀବନର ହିରୋଙ୍କ ସହିତ ବସି ଏହି ସବୁ ସିନେମାକୁ ଉପଭୋଗ କରନ୍ତୁ । ଦୁଇ-ତିନି ଘଣ୍ଟା ସମୟ ନିଜର ବାପା ପାଇଁ ବାହାର କରନ୍ତୁ ଓ ତାଙ୍କର ଏହି ଦିନଟିକୁ ଖାସ ବନାଇ ଦିଅନ୍ତୁ…

ଅନୁପମ ଖେରଙ୍କର ସାରାଂଶ-
୨୮ ବର୍ଷ ବୟସରେ ଅନୁପମ ଖେର ଷାଠିଏ ବର୍ଷ ବୃଦ୍ଧର ଚରିତ୍ର ତୁଲାଇଥିଲେ । ବର୍ଷ ୧୯୮୪ରେ ଆସିଥିବା ଅନୁପମ ଖେରଙ୍କ ସିନେମା ‘ସାରାଂଶ’ରେ ଏକ ଏମିତି ବାପାଙ୍କର ଚରିତ୍ର ତୁଲାଇଥିଲେ, ଯାହାର ପୁଅର ମୃତ୍ୟୁ ଆମେରିକାରେ ହୋଇଯାଇଛି ଓ ସେ ତାର ଅସ୍ଥି ପାଇବା ପାଇଁ ଦେଶରେ ସରକାରୀ କାର୍ଯ୍ୟଳୟ ବୁଲିବାକୁ ପଡୁଛି । ନିଜ ପୁଅର ମୃତ୍ୟୁ ପରେ ମଧ୍ୟ ଗୋଟିଏ ପିତା ତା’ ପାଇଁ ସବୁ କର୍ତ୍ତବ୍ୟ କିପରି ପୂରା କରୁଛି ତାହା ଏହି ସିନେମାରେ ଦେଖାଯାଇଛି ।

କମଳ ହାସନଙ୍କ ଚାଚି ୪୨୦-
୧୯୯୭ରେ ଆସିଥିବା ସିନେମା ‘ଚାଚି ୪୨୦’ ତ ଆପଣଙ୍କର ମନେ ଥିବ ଯେଉଁଥିରେ ଚାଚିର ଚରିତ୍ରରେ ଥିବା କମଳ ହାସନ ଓ ତାଙ୍କର ଝିଅର ସଂପର୍କକୁ ଏଥିରେ ଭଳ ଭାବରେ ଦେଖାଯାଇଛି । ସିନେମାରେ ଝିଅ ଓ ପତ୍ନିଙ୍କ ଠାରୁ ଅଳଗା ରହୁଥିବା କମଳ ହାସନଙ୍କୁ ଯେମିତି ସୁଯୋଗ ମିଳେ ନିଜ ଝିଅର ଆୟା ହେବା ପାଇଁ ସେ ସଙ୍ଗେ ସଙ୍ଗେ ମହିଳାର ବେଶ ହୋଇ କାମରେ ଲାଗିଯାନ୍ତି । ସିନେମାରେ କମେଡି ସହିତ ବାପା ଝିଅର ସଂପର୍କକୁ ମଧ୍ୟ ଦେଖାଯାଇଛି ।

ଅନିଲ କପୁର ଓ କରିଶ୍ମାଙ୍କ ରିସ୍ତେ-
୨୦୦୨ରେ ଆସିଥିବା ସିନେମା ‘ରିସ୍ତେ’ରେ ଗୋଟିଏ ବାପାର ସଂଘର୍ଷକୁ ବହୁତ ଆବେଗପୂର୍ଣ୍ଣ ଭାବରେ ଦେଖା ଯାଇଛି । ନିଜର ପୁଅ ସହିତ ଦୁଃଖଦ ଅବସ୍ଥାରେ ଜୀବନ ବିତାଉଥିବା ଅନିଲ କପୁରଙ୍କ ଜୀବନରେ ଯେତେବେଳେ ତାଙ୍କ ସ୍ତ୍ରୀ ପୁଣି ଫେରି ଆସନ୍ତି ଭୂମିକମ୍ପ ଭଳି ପରିସ୍ଥିତି ଆସିଯାଇଥାଏ । ଛାଡପତ୍ର ନେଇ ସାରିଥିବା ସ୍ୱାମୀ- ସ୍ତ୍ରୀ ପୁଅକୁ ପାଇବା ପାଇଁ କିଛି ମଧ୍ୟ କରିବା ପାଇଁ ରାଜି ହୋଇଯାନ୍ତି । ପୁଅ ଅନିଲ କପୁର ସହିତ ରହିବାକୁ ଚାହୁଁଥିଲା କିନ୍ତୁ ଯେବେ କରିଶ୍ମା ମା’ର ଚରିତ୍ରରେ ତାକୁ ହାସଲ କରିବାକୁ ଆସିଯାଏ ତ ସିନେମାରେ ପିତାର ସମସ୍ୟା ଓ ଲାଚାରୀ ପରେ ମଧ୍ୟ ସାହାସ ଦେଖିବାକୁ ମିଲିଥାଏ । ଏହା ଏହି ସିନେମାର ଜୀବନ ଅଟେ ।

ଅଜୟ ଦେବଗନର ‘ ମେ ଐସା ହି ହୁଁ’-
ଅଜୟ ଦେବଗନ ଓ ସୁଷ୍ମିତା ସେନଙ୍କର ଫିଲ୍ମ ‘ମେ ଐସା ହି ହୁଁ’ ୨୦୦୫ରେ ଆସିଥିଲା । ଏହି ଫିଲ୍ମରେ ଅଜୟ ଗୋଟିଏ ମାନସିକ ରୋଗୀର ଭୂମିକାରେ ଥିଲେ, ଯିଏ ନିଜ ଝିଅର କଷ୍ଟଡି ନେବା ପାଇଁ ଜୀବନକୁ ବାଜି ଲଗାଇ ଦିଅନ୍ତି ଓ କୋଟରେ ସବିତ କରି ଦିଅନ୍ତି ଯେ ସେ ନିଜ ଝିଅର ଜମେଦାରି ଉଠାଇ ପାରିବେ ଓ ଗୋଟଏ ଭଳ ପିତା ହୋଇ ପରିବେ । ବାପା- ଝିଅର ସଂପର୍କ ଥିବା ଏହି ଫିଲ୍ମ ଫାଦର୍ସ ଡେ ଦେଖିବା ନିଶ୍ଚତ ରୂପେ ଖାସ ହେବ ।

ଅଭିଷେକ ଓ ବିଦ୍ୟା ବାଲନଙ୍କ ‘ପା’
ଅମିତାଭ, ଅଭିଷେକ ଓ ବିଦ୍ୟା ବାଲାନ ଥିବା ଏହି ଫିଲ୍ମ ‘ପା’ ୨୦୦୯ରେ ଆସିଥିଲା ଓ ବହୁତ ରିକେର୍ଡ ଭାଙ୍ଗିବାରେ ସଫଳ ହୋଇଥିଲା । ଡାଇରେକ୍ଟର ଆର ବାକ୍ଲି ନିଦେର୍ଶନାରେ ହୋଇଥିବା ଏହି ଫିଲ୍ମରେ ବାପା ଓ ପୁଅର ଅନୋଖା ସଂପର୍କକୁ ଏଥିରେ ଦେଖାଯାଇଛି । ଫିଲ୍ମରେ ପ୍ରଜୋରିୟାରେ ପୀଡିତ ପୁଅର ଚରିତ୍ର କରିଥିଲେ ଅମିତାଭ ବଚ୍ଚନ ଓ ତାଙ୍କ ବାପାର ଚରତ୍ର କରିଥିଲେ ଅଭିଷେକ ବଚ୍ଚନ ।

ଅମିତାଭ ବଚ୍ଚନ ଓ ଦୀପିକାର ‘ପିକୁ’
ଦୀପିକା ପାଦୁକୋଣ ‘ପିକୁ’ ହୋଇ ବହୁତ ପ୍ରଂଶସକଙ୍କର ହୃଦୟ ଜିତିଥିଲେ ଓ ଏହି ଫିଲ୍ମରେ ହି ପିକୁର ପିତା ଭାସ୍କର ବାନାର୍ଜୀର ଚରିତ୍ରରେ ଅମିତାଭ ବଚ୍ଚନ ଗୋଟିଏ ମର୍ଡନ ବାପାର ଚରିତ୍ର ବହୁତ ଭଲ ଭାବରେ କରିଥିଲେ । ସବୁବେଳେ ଝଗଡା ହେଉଥିବା ବାପା-ଝିଅର ଚରିତ୍ରରେ ଦୁଇ କାଳାକାର ଏହି ସୁନ୍ଦର ସଂପର୍କକୁ କରିବାରେ ସଫଳ ହୋଇଥିଲେ । ବାପାଙ୍କ ଦାୟିତ୍ୱକୁ ଘର ସଂସାର ଠାରୁ ଅଧିକ ଗରୁତ୍ୱ ଦେଇ ଗୋଟିଏ ଆଦର୍ଶ ଝିଅର କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମ ସବୁ ଝିଅ ଓ ବାପାଙ୍କୁ ଦେଖିବା ଦରକାର ।

Leave A Reply