ରୟାଲ ଏନ୍ଫିଲ୍ଡ ଗୋଆନ୍ କ୍ଲାସିକ ୩୫୦ର ଶୁଭାରମ୍ଭ
– ଗୋଆନ୍ କ୍ଲାସିକ୍ ହେଉଛି ୱାଇଲ୍ଡ, ବୋହେମିଆନ୍ ମେଶିନଗୁଡିକର ଏକ ‘ଫ୍ରି-ସ୍ପିରିଟେଡ’ ଅଭିବ୍ୟକ୍ତି ଏବଂ କଷ୍ଟମ କାଉଂଟରକଲ୍ଚର ଯାହା ୧୯୭୦ ଓ ୮୦ ଦଶକରେ ଗୋଆରେ ମୋଟାରସାଇକ୍ଲିଙ୍ଗ୍କୁ ନୂଆ ରୂପ ଦେଇଥିଲା ।
– ଦୁଇଟି ଚକ ଉପରେ ଏକ ୱାଇଲ୍ଡ ଚାଇଲ୍ଡ ଭାବେ ଏହି ଗୋଆନ କ୍ଲାସିକ ବବର୍ର ଉତ୍ସାହ ସହିତ କ୍ଲାସିକ୍କୁ ଏକତ୍ରିତ କରିଛି ଏବଂ ଚାଳନାର ଏକ ସହଜ, ଆରାମଦାୟକ ଷ୍ଟାଇଲ ପ୍ରଦାନ କରୁଛି, ଯାହା ‘ସସ୍ଗାଡ୍’ର ଭୂମିକୁ ମନେ ପକାଇଥାଏ ।
-ଋୟାଲ ଏନ୍ଫିଲ୍ଡର ଲୋକପ୍ରିୟ ୩୪୯ସିସି ଏୟାର-ଅଏଲ୍ କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦ୍ୱାରା ପରିଚାଳିତ ଗୋଆନ କ୍ଲାସିକ୍ ଏକ ଆରାମଦାୟକ ଓ ସୁଗମ ଚାଳନା ସହିତ ‘କେବଳ ଗୁଡ୍ ଭାଇବ୍ସ୍’ ହିଁ ପ୍ରଦାନ କରିଥାଏ ।
-ଗୋଆରେ ମୋଟୋଭର୍ସରେ ଲଂଚ୍ ହୋଇଥିବା ଏହି ମୋଟରସାଇକେଲ ୪ଟି ଭାଇବ୍ରାଂଟ ସିଙ୍ଗଲ ଓ ଡୁଆଲ-ଟୋନ୍ଡ କଲର୍ୱେଜ୍ରେ ଉପଲବ୍ଧ ହେଉଛି ଯାହାର ମୂଲ୍ୟ ଯଥାକ୍ରମେ ୨୩୫,୦୦୦ ଟଙ୍କା ଓ ୨୩୮,୦୦୦ ଟଙ୍କା ରହିଛି । ଏହାର ବୁକିଙ୍ଗ, ଟେଷ୍ଟ ରାଇଡ ଆଜିଠାରୁ ଆରମ୍ଭ ହୋଇଛି ।
୭୦ ଓ ୮୦ ଦଶକର ଆଇକୋନିକ ଗୋଆନ ମୋଟୋ-କଲ୍ଚରରୁ ପ୍ରେରଣା ହାସଲ କରି ମିଡ୍-ସାଇଜ ମୋଟରସାଇକେଲ ସେଗ୍ମେଂଟ (୨୫୦-୭୫୦ସିସି) କ୍ଷେତ୍ରରେ ଗ୍ଲୋବାଲ ଲିଡର ରୟାଲ ଏନ୍ଫିଲ୍ଡ ପକ୍ଷରୁ ଏକ ବବର୍-ଅନୁପ୍ରାଣିତ ମୋଟରସାଇକେଲ- ଗୋଆନ କ୍ଲାସିକ ୩୫୦ ଲଂଚ୍ କରାଯାଇଛି, ଯାହା ଅଣ-ଅନୁକୂଳତା ଓ ଫ୍ରି-ଷ୍ଟାଇଲ୍ଡ ଲାଇଫ୍ଷ୍ଟାଇଲକୁ ଧାରଣ କରିଛି ଓ ଏହାକୁ ପାଳନ କରୁଛି । ଗୋଆନ କ୍ଲାସିକ ୩୫୦ ହେଉଛି ଆତ୍ମ-ଅଭିବ୍ୟକ୍ତି ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଯାହା ଭାରତର ସ୍ୱତନ୍ତ୍ର ଗୋଆନ ମୋଟୋ-କଲ୍ଚରକୁ ଗଠନ କରିଛି । ଏହା ଫ୍ରିହ୍ୱିଲିଙ୍ଗ କାଉଂଟରକଲ୍ଚରର ସନ୍ତାନ ଅ୍ଣଙ୍କ ଯାହା ୭୦ ଓ ୮୦ ଦଶକରେ ଗୋଆରେ ବିକଶିତ ହୋଇଥିବା ଏକ ୪-ଷ୍ଟ୍ରୋକ୍ଡ, ସନ୍-ସୋକ୍ଡ ହିପ୍ପି ମେଶିନ, ଯାହା ସବୁବେଳେ ସ୍ୱ-ଅନ୍ୱେଷଣ ଓ ସ୍ୱ-ମୁକ୍ତିର ପଥରେ ରହିଥାଏ ।
![](https://odishanext.com/wp-content/uploads/2024/11/Goan-Classic-350__LHS_R3Q_PurpleHaze-1024x576.jpg)
ପ୍ରତ୍ୟେକ କର୍ଭ ଓ କଂଟୋର ସହିତ ଗୋଆନ କ୍ଲାସିକ୍, ଗୋଆର କଷ୍ଟମ ବିଲ୍ଡରମାନଙ୍କ ଷ୍ଟ୍ରିପ୍ଡ-ଡାଉନ ଓ ‘ଟ୍ରିପ୍ଡ-ଅପ୍ କ୍ରିଏଶନ ଦ୍ୱାରା ଅନୁପ୍ରାଣିତ ଅଟେ, ଏହା ଜଣେ ବବର୍ ଓ ଗୋଆନ୍ ଫ୍ରି-ସ୍ପିରିଟେଡ ଲାଇଫ୍ଷ୍ଟାଇଲର ଉତ୍ସାହକୁ ମିଶ୍ରଣ କରୁଛି । ଚପ୍ଡ ଫେଣ୍ଡର, ମିଡ୍-ଏପ୍ ହ୍ୟାଣ୍ଡେଲବାର, ଏର୍ଗୋନୋମିକାଲି ପ୍ଲେସ୍ଡ ସ୍ଲଙ୍ଗ ସିଟ୍ ଓ ରିୟର ସିଲ୍ହୌଟେ ଆଦି ସେହି ଦିନଗୁଡିକୁ ପ୍ରତିଧ୍ୱନିତ୍ୱ କରନ୍ତି ଯେତେବେଳେ ରାଇଡରମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସହ ନିଜର ମେଶିନ ସହ ଯାତ୍ରା ଆରମ୍ଭ କରନ୍ତି, ଏହା ସେମାନଙ୍କୁ ନିଜର ବ୍ୟକ୍ତିତ୍ୱର ପ୍ରତିଫଳନରେ ପରିଣତ କରିଥାଏ । ଇଞ୍ଜିନର ପ୍ରତ୍ୟେକ ରେଭ୍ ଗୋଆର ଗୋଲ୍ଡେନ ଗ୍ରୁଭ୍ର ଉତ୍ସାହକୁ ବ୍ୟକ୍ତି କରୁଛି, ଠିକ୍ ଯେପରି ସୂର୍ଯ୍ୟାଲୋକରେ ଭରା ଦିନ ଆପଣଙ୍କୁ ପ୍ରତ୍ୟେକ ମୁହୁର୍ତକୁ ଉପଭୋଗ କରିବାକୁ ଆମନ୍ତ୍ରିତ କରିଥାଏ । ପ୍ରକୃତ ବବର୍-ଅନୁପ୍ରାଣିତ ଡିଏନ୍ଏ ସହିତ ଏହି ମୋଟରସାଇକେଲ ସିଙ୍ଗଲ୍-ସିଟ୍ ଡିଜାଇନ, ଫ୍ଲୋଟିଙ୍ଗ୍ ରାଇଡର ସିଟ୍ ଓ ଟ୍ୟୁବ୍ଲେସ ସ୍ପୋକ ହ୍ୱିଲ୍ ଉପରେ ହ୍ୱାଇଟୱାଲ ଟାୟାର ଦ୍ୱାରା ବର୍ଣ୍ଣିତ ଅଟେ ଯାହା ବବର୍ ସଂସ୍କୃତିର ଆଇକୋନିକ କଷ୍ଟମାଇଜେଶନଗୁଡିକୁ ସୃଷ୍ଟି କରିଥାଏ ।
ନୂଆ ଗୋଆନ କ୍ଲାସିକ ୩୫୦ ସମ୍ପର୍କରେ ଏଇଚର ମୋଟର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ କହିଛନ୍ତି, “ଗୋଆନ କ୍ଲାସିକ୍ ହେଉଛି ସ୍ୱାଧୀନତା ଓ ବ୍ୟକ୍ତିତ୍ୱର ଉତ୍ସାହ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଯେଉଁଥିରେ ରୟାଲ ଏନ୍ଫିଲ୍ଡ ଦୀର୍ଘ ଦଶନ୍ଧି ହେବ ଚାମ୍ପିଅନ ରହିଆସିଛି । ମୋ ପାଇଁ, ଏହି ମୋଟରସାଇକେଲ ହେଉଛି କୁଲ୍, ଲେଡ୍-ବ୍ୟାକ ଗୋଆନ ମୋଟୋ-କଲ୍ଚର ଏବଂ ମୋଟରସାଇକେଲ ନିର୍ମାଣ କରିବା ପାଇଁ ରୟାଲ ଏନ୍ଫିଲ୍ଡର ଆଗ୍ରହର ଏକ ପ୍ରତୀକ ଅଟେ ଯାହା କେବଳ ମେଶିନ ନୁହେଁ ବରଂ ସ୍ୱ-ଆବିଷ୍କାର ଓ ଅଭିବ୍ୟକ୍ତିର ଏକ ମାଧ୍ୟମ ଅଟେ । ଏହି ମୋଟାସାଇକେଲ କେବଳ ଗୋଆର ରାସ୍ତାରେ ନୁହେଁ ଘରେ ମଧ୍ୟ ସଠିକ ଅନୁଭବ ଦେଇଥାଏ, ପ୍ରତ୍ୟେକ ସ୍ଥାନରେ ଫ୍ରି-ସ୍ପିରିଟେଡ ଓ ଫ୍ରିହ୍ୱିଲିଙ୍ଗ୍ ରାଇଡରଙ୍କ ପାଇଁ ଆରାମଦାୟକ ଓ ସହଜ ଗୋଆନ ଭାଇବ୍ ଆଣିଥାଏ ।”
![](https://odishanext.com/wp-content/uploads/2024/11/Goan-Classic350_Master_LHS_R3Q_RaveRed-1024x576.jpg)
ନୂଆ ମୋଟରସାଇକେଲ ସମ୍ପର୍କରେ ମତପ୍ରକାଶ କରି ରୟାଲ ଏନ୍ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, “ କଷ୍ଟମ ବବର୍ ସଂସ୍କୃତି ସହ ଜଡିତ ଗୋଆନ କ୍ଲାସିକ ହେଉଛି କ୍ଲାସିକ ଡିଜାଇନ ଓ ମଡର୍ଣ୍ଣ ଇଞ୍ଜିନିୟରିଂର ଏକ ସୁନ୍ଦର ମିଶ୍ରଣ । ଲୋ-ସ୍ଲଙ୍ଗ ସିଲ୍ହୌଟେ ଓ ସିଙ୍ଗଲ ଫ୍ଲୋଟିଂ ରାଇଡର ସିଟ୍ଠାରୁ ଆରମ୍ଭ କରି କଂଟୋର ଓ ଏର୍ଗୋନୋମିକ୍ସ ଓ ରଙ୍ଗଗୁଡିକର ଆକର୍ଷଣୀୟ ମିଶ୍ରଣ ପର୍ଯ୍ୟନ୍ତ ଗୋଆନ କ୍ଲାସିକର ରିଲାକ୍ସଡ ଓ ଆରାମଦାୟକ ରାଇଡିଙ୍ଗ୍ ଶୈଳୀ ସହ ଏକତ୍ରିତ ହୋଇଥିବା ଏକ ବୋହେମିଆନ ଓ ଫ୍ରି-ସ୍ପିରିଟେଡ ଭାଇବ୍ ରହିଛି । ଏହି ମୋଟରସାଇକେଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହ ପ୍ରତ୍ୟେକ ମୁହୂର୍ତକୁ ସତ୍ୟତା ସହ ବଂଚୁଥିବା ଓ ଅନୁଭବ କରୁଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।”
ଗୋଆନ କ୍ଲାସିକର କେନ୍ଦ୍ରରେ ଲୋକପ୍ରିୟ ୩୪୯ସିସି ଏଆର-ଅଏଲ୍-କୁଲ୍ଡ, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି ଯାହା ପରିଭାଷିତ ଚରିତ୍ର ସହ ବାଧାମୁକ୍ତ ଶକ୍ତିକୁ ସନ୍ତୁଳିତ କରିଥାଏ । ୬୧୦୦ ଆର୍ପିଏମ୍ରେ ୨୦.୨ ବିଏଚ୍ପି ଓ ୪୦୦୦ ଆର୍ପିଏମ୍ରେ ୨୭ ଏନ୍ଏମ୍ର ଟର୍କ ଉତ୍ପନ୍ନ କରୁଥିବା ଏହି ଇଞ୍ଜିନକୁ ସୁଗମ, ସହଜ ପ୍ରଦର୍ଶନ ପାଇଁ ନିର୍ମାଣ କରାଯାଇଛି ଯାହା ବବର୍ ରାଇଡିଂର ଲେଡ୍-ବ୍ୟାକ ପ୍ରକୃତି ପାଇଁ ଉପଯୁକ୍ତ ଅଟେ । ୫-ସ୍ପିଡ ଗିୟରବକ୍ସ ସହରର ଟ୍ରାଫିକ ହେଉ କିମ୍ବା ଏକ ଖୋଲା ରାଜପଥ ସହଜ ସିଫ୍ଟ ଓ ଆରାମଦାୟକ କ୍ରୁଜିଂ ପାଇଁ ଅନୁମତି ଦେଇଥାଏ ।
ଏକ ଟ୍ୱିନ ଡାଉନଟ୍ୟୁବ ସ୍ପାଇନ ଫ୍ରେମ୍ ଉପରେ ନିର୍ମିତ ଏହି ମୋଟରସାଇକେଲ ସମସ୍ତ ପ୍ରକାରର ସଡକ ପାଇଁ ସୁଗମ ଓ ସ୍ଥିର ଚାଳନା ଦେଇଥାଏ । ୪୧ଏମ୍ଏମ୍ ଫର୍କ ଓ ଟ୍ୱିନ ରିୟର ସକ୍ ଆବ୍ଜର୍ବର୍ ସହିତ ଏହାର ଟେଲିସ୍କୋପିକ ଫ୍ରଂଟ୍ ସସ୍ପେନ୍ଶନ ଆରାମ ଓ ନିୟନ୍ତ୍ରଣ ମଧ୍ୟରେ ସଠିକ ସନ୍ତୁଳନ ସୁନିଶ୍ଚିତ କରିଥାଏ । ଏଜ୍-ଲେସ୍ଡ ୧୯ ଇଂଚ୍ ଫ୍ରଂଟ୍ ଓ ୧୬ ଇଂଚ୍ ରିୟର ଆଲୁମିନିୟମ ସ୍ପୋକ ହ୍ୱିଲ ଓ ହ୍ୱାଇଟ୍ୱାଲ ଟ୍ୟୁବ୍ଲେସ ଟାୟାରଗୁଡିକ ଚମତ୍କାର ଗ୍ରିପ ପ୍ରଦାନ କରୁଥିବା ବେଳେ ୩୦୦ଏମ୍ଏମ୍ ଫ୍ରଂଟ ଓ ୨୭୦ଏମ୍ଏମ୍ ରିୟର ଡିସ୍କ ବ୍ରେକ୍ ସହ ଡୁଆଲ-ଚ୍ୟାନେଲ ଏବିଏସ୍ ଉନ୍ନତ ଷ୍ଟପିଂ ପାୱାର ଦେଇଥାଏ । ଆରାମଦାୟକ ରାଇଡିଂ ପୋସ୍ଚର, ମିଡ୍ମାଉଂଟେଡ ଫୁଟ୍ କଂଟ୍ରୋଲ ଓ ଏର୍ଗୋନୋମିକ ହ୍ୟାଣ୍ଡେଲବାର୍ଗୁଡିକ ଲମ୍ବା ଯାତ୍ରାକୁ ଆରାମଦାୟକ ଓ ଉପଭୋଗ୍ୟ କରିଥାଏ, ଯାହାକି ଗନ୍ତବ୍ୟସ୍ଥଳୀ ଭଳି ଯାତ୍ରାକୁ ମଧ୍ୟ ସମାନ ପରିମାଣରେ ଉପଭୋଗ କରୁଥିବା ଚାଳକଙ୍କ ପାଇଁ ଉପଯୁକ୍ତ ଅଟେ । ଗୋଆନ କ୍ଲାସିକ ୩୫୦ ଏକ ସହଜ ବୋଲ୍ଟ-ଅନ ଆରେଞ୍ଜମେଂଟ ପିଲିୟନ ସିଟ୍ ସହ ଆସୁଛି ଯାହା ରାଇଡରଙ୍କୁ ସିଂଗଲ ଓ ଡୁଆଲ ସିଟ୍ କନ୍ଫିଗରେଶନ ମଧ୍ୟରେ ସ୍ୱିଚ୍ କରିବାକୁ ଅନୁମତି ଦେଇଥାଏ ।
ଏହି ମୋଟରସାଇକେଲ ବାଧାହୀନ ଭାବେ ଆଧୁନିକ ଟେକ୍ନୋଲୋଜିକୁ ଏହାର ରେଟ୍ରୋ ଡିଜାଇନ ସହ ଏକତ୍ରିତ କରିଥାଏ । ଏହାର ଡ୍ୟାଶବୋର୍ଡରେ ଟର୍ଣ୍ଣ-ବାଏ-ଟର୍ଣ୍ଣ ଡାଇରେକ୍ସନ ପାଇଁ ଏକ ଗିୟର ପୋଜିସନ ଇଣ୍ଡିକେଟର ଓ ଟ୍ରିପର ନାଭିଗେଶନ ପଡ୍ ରହିଛି ଯାହା ପ୍ରତ୍ୟେକ ଚାଳନାରେ ସୁବିଧା ନିଶ୍ଚିତ କରିଥାଏ । ଏକ ୟୁଏସ୍ବି ଟାଇପ୍-ସି ଚାର୍ଜିଂ ପୋର୍ଟ ଚାଳକମାନଙ୍କୁ ଯାତ୍ରା ସମୟରେ କନେକ୍ଟେଡ ରହିବାକୁ ଅନୁମତି ଦେଇଥାଏ । ଏହି ମୋଟରସାଇକେଲରେ ଏଲ୍ଇଡି ଲାଇଟିଂ ସମେତ ହେଡ୍ଲ୍ୟାମ୍ପ, ପାଇଲଟ ଲ୍ୟାମ୍ପ ଓ ଟର୍ଣ୍ଣ ଇଣ୍ଡିକେଟର ରହିଛି ଯାହା ଦୃଶ୍ୟମାନତା ସହ ଏହାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଆଲୁମିନିୟମ ସ୍ୱିଚ୍ କ୍ୟୁବ୍ ଭଳି ପ୍ରିମିୟମ ଟଚ୍ଗୁଡିକ ସାମଗ୍ରିକ ଲୁକ୍ ଓ ଫିଲ୍କୁ ବୃଦ୍ଧି କରୁଛି, ଗୋଆନ କ୍ଲାସିକ୍କୁ କ୍ଲାସିକ ଡିଜାଇନ ଓ ଆଧୁନିକ କାର୍ଯ୍ୟକାରିତାର ଏକ ସନ୍ତୁଳିତ ମିଶ୍ରଣରେ ପରିଣତ କରୁଛି ।
ଗୋଆର ବୋହୋ ଓ ଭାଇବ୍ରାଂଟ ଏଲିମେଂଟ ଦ୍ୱାରା ଅନୁପ୍ରାଣିତ ରୟାଲ ଏନ୍ଫିଲ୍ଡ ପୁରୁଣା ଯୁଗର ମୁକ୍ତ ଉତ୍ସାହକୁ ଧାରଣ କରିବା ପାଇଁ ଏକ କଲେକ୍ସନ ଆଣିବା ଲାଗି ରଫୁ’ଡି ସହ ସହଭାଗିତା କରିଛି, ଯେଉଁଠାରେ ଜୀବନ ସମ୍ପୂର୍ଣ୍ଣ ରଙ୍ଗୀନ ଓ ପ୍ରକୃତି ସହ ସୁସଙ୍ଗତ ଥିଲା । ଏହି ସହଭାଗିତା ୭୦ ଓ ୮୦ ଦଶକର ହିପି କାଉଂଟରକଲ୍ଚରରୁ ପ୍ରେରଣା ହାସଲ କରିଛି, ପ୍ରତ୍ୟେକ ପିସ୍ରେ ଏକ ଜୀବନ୍ତ ଶକ୍ତିକୁ ଅନ୍ତର୍ଭୁକ୍ତ କରିଛି ଯାହା ବ୍ୟକ୍ତିତ୍ୱ ଓ ଆତ୍ମ ଅଭିବ୍ୟକ୍ତିକୁ ପାଳନ କରୁଛି । ଫ୍ଲୁଇଡ ସିଲ୍ହୌଟେ, ଅର୍ଦି ନ୍ୟାଚୁରାଲ ଫ୍ୟାବ୍ରିକ, ବୋଲ୍ଡ ଓ ସାଇକେଡେଲିକ ପ୍ରିଂଟ୍ଗୁଡିକ ସହିତ ଏହି କଲେକ୍ସନ ଗୋଆର ଆଇକୋନିକ ‘ସସ୍ଗାଡୋ’ ଭାଇବ୍କୁ କ୍ୟାପ୍ଚର କରିଛି, ଆପଣଙ୍କୁ ସ୍ୱତଃପ୍ରବୃତିର ଦୁନିଆରେ ପ୍ରବେଶ କରିବା ପାଇଁ ଆମନ୍ତ୍ରିତ କରୁଛି । ଓଭର୍ସାଇଜ୍ଡ ଟିସାର୍ଟ, ବ୍ରିଜି ଟ୍ରାଉଜର ଏବଂ ବକେଟ ହ୍ୟାଟ୍ ଓ ଟୋଟେ ଭଳି ଫ୍ଲେଫୁଲ ଆକ୍ସେସରିଗୁଡିକ ଏଭଳି ଏକ ଷ୍ଟାଇଲ ପ୍ରଦାନ କରୁଛନ୍ତି ଯାହା କୁଲ୍ ଅଟେ ଏବଂ ଖୋଲା ସଡକର ରୋମାଂଚ ଓ ଉପକୂଳ ଜୀବନର ସରଳତାକୁ ଧାରଣ କରିଛି ।
ନୂଆ ଗୋଆନ୍ କ୍ଲାସିକ୍ ଆକର୍ଷଣୀୟ ରଙ୍ଗଗୁଡିକର ଏକ ସିଲେକ୍ସନରେ ଉପଲବ୍ଧ ହେଉଛି ପ୍ରତ୍ୟେକକୁ ଗୋଆର ଆଇକୋନିକ ମୋଟୋ-କଲ୍ଚରର ଉତ୍ସାହ ଓ ଅତୀତର ଲେଡ୍-ବ୍ୟାକ୍ ଭାଇବ୍କୁ କ୍ୟାପ୍ଚ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ମଡେଲରେ ଏକ ନୂଆ ଟ୍ୟାଙ୍କ ବ୍ୟାଜ୍ ଓ ବିସ୍ପୋକ କଲର୍ ସ୍କିମ ରହିଛି ଯାହା ଏହି ଦୃଷ୍ଟିକୋଣକୁ ଜୀବନ୍ତ କରିଛି । ସାକ୍ ବ୍ଲାକ୍ ଏକ ବୋଲ୍ଡ, ଡାର୍କ ପ୍ୟାଲେଟ ସହ ମ୍ୟାଟ୍ ଓ କ୍ଲସ୍ କଂଟ୍ରାଷ୍ଟର ଏକ ସ୍ଲିକ ମିକ୍ସ ପ୍ରଦାନ କରୁଥିବା ବେଳେ ରେଭ୍ ରେଡ ଏକ ନିଓ-ରେଟ୍ରୋ ଫିଲ୍ ପାଇଁ ମେଟାଲିକ ରେଡ୍ ଓ ବ୍ଲାକ୍ ଟୋନ୍ ସହିତ ସ୍ୱତନ୍ତ୍ର ଭାବେ ଉଭା ହୋଇଛି । ପର୍ପଲ ହେଜ୍ ଚମତ୍କାର ପର୍ପଲ ରଙ୍ଗକୁ ଏକ ବ୍ଲାକ୍ ବେସ୍ ସହ ମିଶ୍ରଣ କରିଛି ଏବଂ ଟ୍ରିପ୍ ଟିଲ୍ ସ୍ୱତନ୍ତ୍ର ମଣ୍ଡାଲା ଗ୍ରାଫିକ୍ସ ଦ୍ୱାରା ଅନୁପ୍ରାଣିତ ଅଟେ ଯାହା ଅରେଞ୍ଜ ଓ ଟିଲ୍ର ସତେଜ ଓ କଂଟ୍ରାଷ୍ଟିଂ ଟୋନ୍କୁ ପ୍ରଦର୍ଶିତ କରୁଛି । କ୍ରୋମ୍ ଆକ୍ସେଂଟ ଓ ସ୍ଲାଶ୍ଡ-କଟ ସାଇଲେନ୍ସର ସହ ଏହି ରଙ୍ଗଗୁଡିକ ବାଇକ୍କୁ ତ୍ରୁଟିହୀନ ବବର୍-ଷ୍ଟାଇଲ ଲୁକ୍ ପ୍ରଦାନ କରୁଛନ୍ତି, ଯାହା ରୟାଲ ଏନ୍ଫିଲ୍ଡର ଐତିହ୍ୟକୁ ଆଧୁନିକତା ସହ ଉପଯୁକ୍ତ ଭାବେ ମିଶ୍ରଣ କରିଛି ।
ନୂଆ ଗୋଆନ୍ କ୍ଲାସିକ୍ ବିସ୍ପୋକର ଏକ ରେଞ୍ଜ, ବବର୍-ଅନୁପ୍ରାଣିତ ଜେନୁଇନ ମୋଟରସାଇକେଲ ଆକ୍ସେସରି (ଜିଏମ୍ଏ) ସହ ଆସୁଛି ଯାହା ଏହାର ବବର୍ ଚରିତ୍ର ଓ ଷ୍ଟାଇଲକୁ ଉନ୍ନତ କରୁଛି । ଏଥିରେ ଏକ କଷ୍ଟମ ରାଇଡର ସିଟ୍, ହ୍ୟାଣ୍ଡେଲବାର ଗ୍ରିପ୍, ବାର୍-ଏଣ୍ଡ ମିରର, ଟୁରିଙ୍ଗ୍ ସ୍କ୍ରିନ, ଟୁରିଙ୍ଗ ହ୍ୟାଣ୍ଡେଲବାର୍, ଡିଲକ୍ସ ଫୁଟ୍ ପେଗ୍, ଫୁଟ୍ କଂଟ୍ରୋଲ ରବର୍ ଆଦି ସାମିଲ ରହିଛି, ଏହି ସମସ୍ତ ଫିଚରକୁ ଏକ ସ୍ୱତନ୍ତ୍ର ଲୁକ୍ ପାଇଁ କଷ୍ଟମ-ବ୍ରାଉନ ସେଡ୍ରେ ଡିଜାଇନ କରାଯାଇଛି ।
Comments are closed, but trackbacks and pingbacks are open.