ଭାରତରେ ଅଲ-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଶୁଭାରମ୍ଭ

12

ଭୁବନେଶ୍ୱର: ଅଟୋ ଏକ୍ସପୋ ୨୦୨୫ର ୨ୟ ଦିନରେ ଭାରତରେ ଅଲ୍‌-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ରୂପେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ ପ୍ଲାଂଟ ଚେନ୍ନାଇରେ ଉତ୍ପାଦିତ ଏହି ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ(ଏସଏଭି) ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ପାୱାରଟ୍ରେନରେ ଉପଲବ୍ଧ ହେବ। ଏହାର ଡେଲିଭରି ଆସନ୍ତା ଏପ୍ରିଲ ୨୦୨୫ରୁ ଆରମ୍ଭ ହେବ। ଅଲ-ନ୍ୟୁ ବିଏମଡବ୍ଲୁ ଏକ୍ସ୩ ଏକ୍ସଡ୍ରାଇଭ୨୦ ଏମ ସ୍ପୋର୍ଟ ୭୫,୮୦,୦୦୦ଟଙ୍କା ଏବଂ ଅଲ-ନ୍ୟୁ ବିଏମଡବ୍ଲୁ ଏକ୍ସ୩ ଏକ୍ସଡ୍ରାଇଭ୨୦ଡି ଏମସ୍ପୋର୍ଟ ୭୭,୮୦,୦୦୦ଟଙ୍କାର ଏକ୍ସ-ଶୋରୁମ ମୂଲ୍ୟରେ ଉପଲବ୍ଧ । ବିଏମ୍‌ଡବ୍ଲ୍ୟୁ ଟ୍ୱିନପାୱାର ଟର୍ବୋ ଟେକ୍ନୋଲୋଜି କାରଣରୁ ଏହାର ପେଟ୍ରୋଲ ଓ ଡିଜେଲ ଇଞ୍ଜିନଗୁଡିକ ଉତ୍କୃଷ୍ଟ ଦକ୍ଷତା ସହ ସର୍ବାଧିକ ପାୱାର ସୃଷ୍ଟି କରୁଛନ୍ତି ଏବଂ କମ୍ ଇଞ୍ଜିନ ବେଗରେ ମଧ୍ୟ ଚମତ୍କାର ପ୍ରତିକ୍ରିୟାଶୀଳତା ପ୍ରଦାନ କରୁଛନ୍ତି। ବିଏମଡବ୍ଲୁ ଏକ୍ସ୩ ୨୦ ଏକ୍ସଡ୍ରାଇଭରେ ୨-ଲିଟର ୪-ସିଲିଣ୍ଡର ଇନ୍‌-ଲାଇନ ପେଟ୍ରୋଲ ଇଞ୍ଜିନ ରହିଛି। ଏହି କାର୍ କେବଳ ୭.୮ ସେକେଣ୍ଡରେ ଘଂଟା ପ୍ରତି ୦-୧୦୦ କିମି ବେଗ ହାସଲ କରିଥାଏ। ବିଏମଡବ୍ଲୁ ଏକ୍ସ୩ ୨୦ଡି ଏକ୍ସଡ୍ରାଇଭର ୨-ଲିଟର ୪-ସିଲିଣ୍ଡର ଇନ୍‌-ଲାଇନ୍ ଡିଜେଲ ଇଞ୍ଜିନ ରହିଛି। ଏହି କାର୍ ୭.୭ ସେକେଣ୍ଡରେ ଘଂଟା ପ୍ରତି ୦-୧୦୦ କିମି ବେଗ ହାସଲ କରିଥାଏ । ଏମ ସ୍ପୋର୍ଟ ପ୍ୟାକେଜର ଏକ ଅଂଶ ଭାବରେ, ଗ୍ରାହକମାନେ ଅତ୍ୟଧିକ ଦ୍ରୁତ ବେଗ ପାଇଁ ସ୍ପୋର୍ଟସ ବୁଷ୍ଟ ଫଙ୍କସନ ଏବଂ ଅଧିକାଂଶ ଗତିଶୀଳ ପରିଚାଳନା ବୈଶିଷ୍ଟ୍ୟ ପାଇଁ ସ୍ପୋର୍ଟ ପ୍ଲସ ମୋଡ ମଧ୍ୟ ପାଇଛନ୍ତି ।

ଏହି ଶୁଭାରମ୍ଭ ସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆର ଅଧ୍ୟକ୍ଷ ଓ ସିଇଓ ବିକ୍ରମ ପାୱା କହିଛନ୍ତି, “ ଅଲ୍‌-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଶୁଭାରମ୍ଭ ସହିତ ଆଧୁନିକତା, ଉପସ୍ଥିତି ଓ ସ୍ପୋର୍ଟିଙ୍ଗ୍ ଫ୍ଲେୟାର ଅପ୍ରତ୍ୟାଶିତ ଉଚ୍ଚତାରେ ପହଂଚିଛି। ଆଇକୋନିକ ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲର ୪ର୍ଥ ପିଢି ଭାବେ ଏକ୍ସ୩ ଏକ ନୂତନ ଯୁଗର ଆରମ୍ଭ କରିଛି। ଏହି କାର ସମସ୍ତ ଭୂଭାଗରେ ଚମତ୍କାର ପ୍ରଦର୍ଶନ, ଶକ୍ତି ଓ ଦକ୍ଷତା ପ୍ରଦାନ କରୁଛି।” ଏହା ନିଜ ସେଗମେଂଟର ସବୁଠାରୁ ଲମ୍ବା, ଡେଙ୍ଗା ଏବଂ ବଡ଼ କାର ଅଟେ । ଏଥିରେ ବିଏମଡବ୍ଲୁ ଆଇକନିକ ଗ୍ଲୋ ଏବଂ ଫୁଲି ଆଡାପ୍ଟିଭ ଏଲଇଡି ହେଡଲାଇଟ ସହିତ ପୁନଃ ପରିକଳ୍ପିତ କିଡନୀ ଗ୍ରୀଲ, ନୂଆ ଡିଜାଇନ ହୋଇଥିବା ସ୍ପୋର୍ଟସ ସିଟ, ବିଏମଡବ୍ଲୁ ଲକ୍ସୁରୀ ଇନଷ୍ଟ୍ରୁମେଂଟ ପ୍ୟାନେଲ ଏବଂ ସର୍ବବୃହତ ଏଣ୍ଡ-ଟୁ-ଏଣ୍ଡ ପାନୋରାମ ଗ୍ଲାସ ରୁଫ, ବିଏମଡବ୍ଲୁ କର୍ଭଡ ଡିସପ୍ଲେ, ବିଏମଡବ୍ଲୁ ଇଂଟରାକ୍ସନ ବାର, ବିଏମଡବ୍ଲୁ ଆସିଷ୍ଟାନ୍ସ ଭଳି ଅନେକ ଫିଚର ରହିଛି ।

ଏହି କାର ଡ୍ୟୁନ ଗ୍ରେ ମେଟାଲିକ, ଆଲ୍‌ପାଇନ ହ୍ୱାଇଟ, ବ୍ରୁକ୍‌ଲାଇନ ଗ୍ରେ ମେଟାଲିକ, ଇଣ୍ଡିଭିଜୁଆଲ ତାଞ୍ଜାନାଇଟ ବ୍ଲୁ ଓ ବ୍ଲାକ ସାଫାୟାର ମେଟାଲିକ ଭଳି ପେଂଟୱର୍କରେ ଏବଂ ଭେଗାଞ୍ଜା ଏସ୍‌ପ୍ରେସୋ ବ୍ରାଉନ ଓ ଭେଗାଞ୍ଜା କାମ ବିଜ ଭଳି ଅପ୍‌ହୋଲ୍‌ଷ୍ଟେରୀ ବିକଳ୍ପଗୁଡିକରେ ଉପଲବ୍ଧ। ସର୍ଭିସ୍ ଇନ୍‌କ୍ଲୁସିଭ ଓ ସର୍ଭିସ ଇନ୍‌କ୍ଲୁସିଭ ପ୍ଲସ୍ ମାଲିକାନା ଖର୍ଚ୍ଚକୁ ଆହୁରି ହ୍ରାସ କରୁଛି। ଗ୍ରାହକମାନେ ଅବଧି ଓ ମାଇଲେଜ ଅନୁଯାୟୀ ସର୍ଭିସ ପ୍ଲାନଗୁଡିକର ଏକ ଶୃଙ୍ଖଳା ମଧ୍ୟରୁ ଚୟନ କରିପାରିବେ। ଗ୍ରାହକମାନେ ବିଏମଡବ୍ଲୁ ୩୬୦ ଡିଗ୍ରୀ ଫାଇନାନ୍ସ ଯୋଜନା ସହିତ ଅତୂଳନୀୟ ସୁବିଧା ଏବଂ ସଂଚୟ ଅନୁଭବ କରିପାରିବେ । ବିଏମ୍‌ଡବ୍ଲ୍ୟୁ ସେଫ୍ଟିରେ ୮ଟି ଏୟାରବ୍ୟାଗ୍‌, ଆଟେଂଟିଭନେସ୍ ଆସିଷ୍ଟାଂଟ, କର୍ଣ୍ଣରିଂ ବ୍ରେକ କଂଟ୍ରୋଲ(ସିବିସି) ସମେତ ଡାଇନାମିକ ଷ୍ଟାବିଲିଟି କଂଟ୍ରୋଲ(ଡିଏସସି), ଅଟୋ ହୋଲ୍ଡ ସହ ଇଲେକ୍‌ଟ୍ରିକ ପାର୍କିଂ ବ୍ରେକ, ସାଇଡ-ଇମ୍ପାକ୍ଟ ପ୍ରୋଟେକ୍ସନ, ଇଲେକ୍‌ଟ୍ରୋନିକ ଭେଇକିଲ ଇମ୍‌ମୋବିଲାଇଜର ସହ କ୍ରାଶ ସେନ୍ସର ଓ ଚାଇଲ୍ଡ ସିଟ୍ ମାଉଂଟିଙ୍ଗ୍ ଆଦି ସାମିଲ ରହିଛି। ଅଲ୍‌-ନ୍ୟୁ ବିଏମଡବ୍ଲୁ ଏକ୍ସ୩କୁ ଭାରତବ୍ୟାପୀ ବିଏମଡବ୍ଲ୍ୟୁ ଡିଲରସିପଗୁଡିକରେ ଏବଂ ଙ୍ଗଙ୍ଗଙ୍ଗ.ଭଜ୍ଞଙ୍ଗ.ସଦ୍ଭରେ ବୁକ୍ କରାଯାଇପାରିବ।

Comments are closed, but trackbacks and pingbacks are open.