ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବେଶ ତଥା ଖଣିଜ ସଚେତନତା ଅଧିବେସନ ଆୟୋଜିତ

105

ସୁକିନ୍ଦା: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ସହାୟତାରେ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଜିଓସାଇଣ୍ଟିଷ୍ଟ ଆଣ୍ଡ ଆଲାଇଡ଼ ଟେକ୍‌ନୋଲୋଜିଷ୍ଟସ୍ (ଏଓ୍‌ଜିଏଟି) ଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍‌ଏପି), ୨୦୨୨-୨୩ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଖଣି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଖନନ ଓ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ଟି ସ୍କୁଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟରୁ ୨ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଖଣି ପରିଦର୍ଶନ ଏବଂ ପ୍ରବନ୍ଧ ଲିଖନ, ଖଣିଜପଥର ଚିହ୍ନଟ ଏବଂ କୁଇଜ ପ୍ରତିଯୋଗିତା ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସାମଗ୍ରିକ ବିଭାଗରେ ଦୈତାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯାଜପୁରର ସେଣ୍ଟମେରୀ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ଏହି କାର୍ଯ୍ୟକ୍ରମ ଆୟୋଜନରେ ଖୁସି ପ୍ରକାଶ କରି ଟିଏସ୍‌ଏମ୍‌ଏଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଯୁବବର୍ଗଙ୍କୁ ଖଣିଜ ପଦାର୍ଥ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ସଚେତନ କରିବା ଦିଗରେ ଏସ୍‌ଜିଏଟିର କାର୍ଯ୍ୟ ପ୍ରଶଂସନୀୟ । ଆମେ ଖଣିରେ ବହୁ ସମୟ ଧରି ଏହି କାର୍ଯ୍ୟରେ ଜଡ଼ିତ ରହିଛୁ । ଯାହା ଦ୍ୱାରା ଦେଶର ଭବିଷ୍ୟତ ନାଗରିକ କାର୍ଯ୍ୟକ୍ରମରୁ ମିଳିଥିବା ଜ୍ଞାନକୁ ଆଗେଇ ନେବା ସହିତ ଏହାକୁ କାର୍ଯ୍ୟକାରୀ କରିପାରିବେ ।”

ଏହି କାର୍ଯ୍ୟକ୍ରମରେ ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସହକାରୀ ଖନନ ଅଧିକାରୀ ଇଶ୍ୱର ପ୍ରଧାନ ଏବଂ ରଣଜିତ୍ କୁମାର ଦାସଙ୍କ ସହିତ ଏସ୍‌ଜିଏଟିର ଯୁଗ୍ମ ସଚିବ ଜୀବନ ମହାପାତ୍ର ଏବଂ ଏସ୍‌ଜିଏଟିର ଉପାଧ୍ୟକ୍ଷ ସୁଜିତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଟିଏସ୍‌ଏମ୍‌ଏଲ୍‌ର ବରିଷ୍ଠ ମହା ପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାରଙ୍କ ଖଣି ନିର୍ଦ୍ଦେଶାଳୟ ସହଭାଗିତାରେ ଓଡ଼ିଶାର ପ୍ରତିଷ୍ଠିତ ଖନନ ସଂସ୍ଥା ତତ୍ତ୍ୱାବଧନାରେ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Comments are closed, but trackbacks and pingbacks are open.