ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ନୂଆ ଆଇସିଭି ପ୍ଲାଟ୍‌ଫର୍ମ “ପାର୍ଟନର୍ ସୁପର୍‌’ର ଶୁଭାରମ୍ଭ

83

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ତଥା ଭାରତର ଅଗ୍ରଣୀ କମର୍ସିଆଲ୍ ଯାନ ନିର୍ମାତା ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ନୂଆ ଆଇସିଭି ପ୍ଲାଟ୍‌ଫର୍ମ “ପାର୍ଟନର୍ ସୁପର’ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ୯୧୪,୧୦୧୪ ଓ ୧୧୧୪ ମଡେଲ୍ ୯.୧୫ଟି, ୧୦.୨୫ ଟି ଏବଂ ୧୧.୨୮ଟି ଜିଭିଡବ୍ଲୁ ବର୍ଗରେ ରହିଛି ।
ଗାଡ଼ି ଚାଳନାରେ ସର୍ବୋତ୍କୃଷ୍ଟ ଆରାମ ଓ ଶ୍ରେଷ୍ଠ ମାନର ପେ’ଲୋଡ୍ କ୍ଷମତା ପ୍ରଦାନ କରିବା ଲାଗି ଏଥିରେ ପାରମ୍ପରିକ ଟିଲ୍‌ଟ-ଏବଲ୍ ଡେ’ କ୍ୟାବିନ୍ ରହିଛି । ଇ-କମର୍ସ, ପାନୀୟ, ଏଫ୍‌ଏମ୍‌ସିଜି, ହ୍ୱାଇଟ୍ ଗୁଡ୍‌ସ, ପାର୍ସଲ୍ ଏବଂ ଫଳ ପରିବହନ ଆଦିରେ ପାର୍ଟନର୍ ସୁପରକୁ ବ୍ୟବହାର କରାଯାଇପାରିବ ଯାହା ଉତମ ମାଇଲେଜ୍ ପ୍ରଦାନ କରୁଛି । ଏହା କ୍ଷୀପ୍ର ବେଗରେ ଗତି କରିବ ଏବଂ ଭିଡ଼ ତଥା ଅଣଓସାରିଆ ସଡ଼କରେ ମଧ୍ୟ ଅତି ସହଜରେ ଆଗକୁ ବଢ଼ିପାରିବ ।
ଏହି ଅବସରରେ ଅଶୋକ ଲେଲ୍ୟାଣ୍ଡ୍‌ର ମୁଖ୍ୟ-ଏମ୍‌ଏଚ୍‌ସିଭି ଶ୍ରୀଯୁକ୍ତ ସଂଜୀବ କୁମାର କହିଛନ୍ତି ଯେ, “ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ଏବଂ ଗ୍ରାହକମାନଙ୍କ ମୋଟ ମାଲିକାନା ଖର୍ଚରେ ଉନ୍ନତିି ଆଣୁଥିବା ଶ୍ରେଷ୍ଠ ମାନର ଉତ୍ପାଦ ଉପସ୍ଥାପନ କରିବାର ପରମ୍ପରା ଅଶୋକ ଲେଲ୍ୟାଣ୍ଡ୍‌ର ରହିଛି । ଆମର ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଲାଗି ଆଇସିଭି ଉତ୍ପାଦ ବର୍ଗକୁ ସମ୍ପ୍ରସାରଣ କରିବାର ଉଦ୍ୟମ ସ୍ୱରୂପ ଏବଂ ଗ୍ରାହକମାନଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପାର୍ଟନର ସୁପରକୁ ଉପସ୍ଥାପନ କରିଛୁ । ଭିନ୍ନ ଧରଣର ଉତ୍ପାଦ ପ୍ରଦାନ କରି ବିଶ୍ୱର ଶ୍ରେଷ୍ଠ ୧୦ ସିଭି ସଂସ୍ଥା ମଧ୍ୟରେ ରହିବା ଲାଗି ଆମର ରହିଥିବା ଲକ୍ଷ୍ୟ ପୂରଣ ଲାଗି ଏହି ଧାରା ବଜାୟ ରଖିବାକୁ ଆମେ ଆଶା ରଖିଛୁ ।
ପାର୍ଟନର ସୁପର୍‌ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ପାରମ୍ପରିକ ଟିଲ୍‌ଟ-ଏବଲ ଡେ’ କ୍ୟାବିନ୍‌, ଶ୍ରେଷ୍ଠ ଶ୍ରେଣୀର ପେ’ ଲୋଡ୍‌, ଶ୍ରେଷ୍ଠ ଶ୍ରେଣୀର ମାଇଲେଜ୍‌, ଶ୍ରେଷ୍ଠ ଶ୍ରେଣୀର ଶକ୍ତି, ଏକାଧିକ ଲୋଡିଂ ବିକଳ୍ପ, ପ୍ରଥମ ବର୍ଷ ମାଗଣା ଆଇ-ଆଲର୍ଟ ସବ୍‌ସ୍କ୍ରିପ୍‌ସନ୍ ଏବଂ ୪ ବର୍ଷ ଓ ୪ ଲକ୍ଷ କିମିର ଡ୍ରାଇଭଲାଇନ୍ ୱାରେଂଟି ।

Comments are closed, but trackbacks and pingbacks are open.