ଟାଟା ହିଟାଚିର ଇଏକ୍ସ ୨୧୦ଏଲ୍‌ସି ପ୍ରାଇମ୍‌ର ଶୁଭାରମ୍ଭ

80

ଭୁବନେଶ୍ୱର : ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତାର ଏକ ଆଧାର ଉପରେ ନିର୍ମିତ ନୂଆ ଆଡ୍‌ଭାନ୍ସଡ୍ ଇଏକ୍ସ ୨୧୦ଏଲସି ପ୍ରାଇମର ଶୁଭାରମ୍ଭ କରାଯାଇଛି । ଏହି ଅପ୍‌ଗ୍ରେଡେଡ୍ ମେଶିନ ଉଚ୍ଚମାନର ନିର୍ମାଣ ଉପକରଣ ପ୍ରଦାନ କରିବା ପ୍ରତି ଟାଟା ହିଟାଚିର ପ୍ରତିବଦ୍ଧତାକୁ ସମର୍ଥନ କରିବା ଜାରି ରଖିଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମଠାରେ ସମ୍ମାନିତ ଗ୍ରାହକ, ଟାଟା ହିଟାଚି ଓ ତ୍ରିଶୁଳ ଟ୍ରେଡ୍ ପ୍ରାଇଭେଟ ଲିମିଟେଡ (ଅଥୋରାଇଜ୍‌ଡ ଡିଲର ପାର୍ଟନର)ର ବରିଷ୍ଠ ପରିଚାଳନା ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଉଚ୍ଚ ଇନ୍ଧନ ଦକ୍ଷତା, ନିମ୍ନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ଉଚ୍ଚ ରି-ସେଲ ଭାଲ୍ୟୁ ସହିତ ନୂଆ ଇଏକ୍ସ ୨୧୦ଏଲ୍‌ସି ପ୍ରାଇମ୍ ଏହି ବର୍ଗରେ ଗ୍ରାହକଙ୍କୁ ନିବେଶ ଉପରେ ସର୍ବୋଚ୍ଚ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ସମ୍ପର୍କରେ ଟାଟା ହିଟାଚିର ମାର୍କେଟିଂ ବିଭାଗର ଜେନେରାଲ ମ୍ୟାନେଜର ବିକେଆର୍ ପ୍ରସାଦ କହିଛନ୍ତି, “ଟାଟା ହିଟାଚିର ଉତ୍ପାଦ ଶୃଙ୍ଖଳାରେ ଏକ ଅତ୍ୟାଧୁନିକ ଯୋଗ ଉଦ୍ଭାବନ ପ୍ରତି କମ୍ପାନୀର ଦୃଢ ପ୍ରତିବଦ୍ଧତା ଏବଂ ଖନନର ଭବିଷ୍ୟତକୁ ନିର୍ମାଣ କରିବା ପ୍ରତି ଏହାର ଉତ୍ସର୍ଗୀକୃତତାର ଏକ ପ୍ରମାଣ ଅଟେ ।”
ଇଏକ୍ସ ୨୧୦ଏଲ୍‌ସି ପ୍ରାଇମ୍ ଶିଳ୍ପ ମାନକୁ ବୃଦ୍ଧି କରିବା ଏବଂ ଉତ୍କର୍ଷତା ପାଇଁ ନୂଆ ବେଂଚ୍‌ମାର୍କ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଉଛି ।’ ଇଏକ୍ସ ୨୧୦ଏଲ୍‌ସି ପ୍ରାଇମ୍ ପାଇଁ ପ୍ରମୁଖ ଆକର୍ଷଣଗୁଡ଼ିକ ମଧ୍ୟରେ ରହିଛି ନୂଆ ଓ ଉନ୍ନତ ଇଞ୍ଜିନ୍‌, ବୃହତ୍ ଆକାରର ବକେଟ୍‌, ଆଇଓଏଚ୍‌ଏସ୍ ଆଡ୍‌ଭାନ୍ସଡ୍ ହାଇଡ୍ରୌଲିକ୍ ସିଷ୍ଟମ, ମଲ୍ଟିପୁଲ ମୋଡ୍ ସିଲେକ୍ସନ, ପ୍ରମାଣିତ ହିଟାଚି ଟେକ୍ନୋଲୋଜି, ନିର୍ଭରଯୋଗ୍ୟ ଓ ସ୍ଥାୟୀ ଆଗ୍ରିଗେଟ୍‌, ନୂଆ ଓ ଉନ୍ନତ ଅପରେଟର ସିଟ୍‌, ମଲ୍ଟିକଲର୍ ଏଲ୍‌ସିଡି ମନିଟର, ୩୦% ସୁଗମ ଅପରେଟିଂ ଲିଭର୍‌, ନୂଆ ଅଡିଓ ପ୍ଲେୟର ସହିତ ଏର୍ଗୋନୋମିକ୍ କଂଟ୍ରୋଲ । ସେହିଭଳି ଅନ୍ୟ ଆକର୍ଷଣଗୁଡ଼ିକ ମଧ୍ୟରେ ରହିଛି ଇନ୍‌ସାଇଟ୍ (ଟେଲିମାଟିକ୍ ସୁଟ୍‌) ଏବଂ ୪ଜି କନେକ୍ଟିଭିଟି ।

Comments are closed, but trackbacks and pingbacks are open.