‘
ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍’ ଓଡ଼ିଶା ପରିକ୍ରମା କରିବ । ୨୦ ତାରିଖରେ ଏହା ଛତିଶଗଡ଼ର
ରାୟପୁରରୁ ଆସି ଗଞ୍ଜାମର ଗୋପାଳପୁରଠାରେ ପହଞ୍ଚିବ । ୨୭ ତାରିଖରେ ଗୋପାଳପୁରରୁ ବାହାରି ୨୮ ତାରିଖରେ ଆଇ.ଏନ୍.ଏସ୍. ଚିଲିକାରେ
ରହିବ । ଏହାପରେ ୨୯ ତାରିଖରେ ଏହି ମଶାଲ ଭୁବନେଶ୍ୱର ଅଭିମୁଖେ ବାହାରିବ । ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହା
ଭୁବନେଶ୍ୱରରେ ରହିବ । ଭୁବଶ୍ୱେରରେ ଭାରତୀୟ ସେନା ମୁଖ୍ୟାଳୟରୁ ବାହାରିବା ପରେ ଏହାକୁ ରାଜଭବନ ଆଦି ବିଭିନ୍ନ ଅନୁଷ୍ଠାନରେ ରଖାଯିବ ।
ନଭେମ୍ବର ୬ ତାରିଖରେ ଏହି ମଶାଲ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ପରେ ସେଠାରେ ନଭେମ୍ବର ୭ ତାରିଖରେ ଜାମ୍ସେଦ୍ପୁର ଅଭିମୁଖେ ଯିବାର
କାର୍ଯ୍ୟକ୍ରମ ରହିଛି ।ସୂଚନାଯୋଗ୍ୟ, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଦରେ ଦେଶର ଐତିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ସମାରୋହକୁ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’
ଭାବେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଉପଲକ୍ଷେ ଏକ ବିଜୟ ମଶାଲ ସାରା ଦେଶ ପରିକ୍ରମା କରୁଛି । ଗତବର୍ଷ ନଭେମ୍ବର ୧୬ ତାରିଖରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମଶାଲକୁ ପ୍ରଜ୍ୱଳିତ କରିଥିଲେ । ଏହି ମଶାଲ ପରିକ୍ରମା ଅବସରରେ ଭାରତୀୟ ସେନାର ବୀରତ୍ୱର ସ୍ମୃତିରେ ବିଭିନ୍ନ
କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।