ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

0 6,128

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିଧାନସଭାକୁ ତାଙ୍କର ବିବୃତି ରଖି ମୁଖ୍ୟମନ୍ତ୍ରୀ ତିନୋଟି ବିଷୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଭକ୍ତଙ୍କ ପାଇଁ ସୁନ୍ଦର ତଥା ଆଧ୍ୟାତ୍ମିକ ପରିବେଶ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ବିବୃତି ବେଳେ ପୁରୀ ଗଜପତି ମହାରାଜଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେବାୟତ ଓ ପୁରୀବାସୀଙ୍କୁ
ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବରସରେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ଦଳ ଜଗନ୍ନାଥ ଏବଂ ଏହି କ୍ଷେତ୍ରକୁ ବିଶ୍ୱରେ ଶ୍ରେଷ୍ଠତମ ସ୍ଥାନ ଭାବେ ପରିଗନା କରିବା ପାଇଁ ଆସିଥିବା ଏହି ସଂକଳ୍ପକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ପରେ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ବାଚନିକ ଭୋଟ୍‍ରେ ପାରିତ ହେଲା ବୋଲି ବାଚସ୍ପତି ଘୋଷଣା କରିଥିଲେ ।

Leave A Reply