ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣର ଘୋଷଣା
ଭୁବନେଶ୍ୱର: ‘ଲିଭିଙ୍ଗ ଇଟ୍ ଲାର୍ଜ’ର ଉତ୍ସାହକୁ ପାଳନ କରି ରୟାଲ ଷ୍ଟାଗ୍ ପକ୍ଷରୁ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣର ଉପସ୍ଥାପନ କରାଯାଇଛି ଯାହା ହେଉଛି ଏକ ପ୍ରଥମ ଧରଣର ସଙ୍ଗୀତ ମହୋତ୍ସବ ଯେଉଁଠାରେ ବଲିଉଡର ସବୁଠାରୁ ଲୋକପ୍ରିୟ ସଙ୍ଗୀତଗୁଡିକ ହିପ୍ହପ୍ର ଉତ୍ସାହଜନକ ବିଟ୍କୁ ଭେଟିଥାଏ । ମୁମ୍ବାଇରେ ଫେବୃଆରୀ ୭ ତାରିଖ ୨୦୨୪ରେ ଏକ ସ୍ୱତନ୍ତ୍ର ପ୍ରିଭ୍ୟୁରେ ବ୍ରାଣ୍ଡ ପକ୍ଷରୁ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣରେ କ’ଣ ଉପାଦାନ ସବୁ ରହିଛି ତାହାର ଉନ୍ମୋଚନ କରାଯାଇଥିଲା । ଏହା ଦୁଇଟି ସ୍ୱତନ୍ତ୍ର ନିୟୋଜିତ ଫର୍ମାଟ୍ରେ ନିଜକୁ ପରିପ୍ରକାଶ କରୁଛି । ଅନ୍-ଗ୍ରାଉଣ୍ଡ ଫର୍ମାଟ୍: ଏହି ଫର୍ମାଟ୍ ଭାରତର ୪ଟି ସବୁଠାରୁ ବଡ ୟୁଥ୍ ହବ୍- ଭୁବନେଶ୍ୱର, ଇନ୍ଦୋର, ଜୟପୁର ଓ ପୁନେକୁ ଯାତ୍ରା କରିବ, ଯେଉଁଠାରେ ଏହା ଇନ୍ଷ୍ଟା-ଲାଇଭ ସେଶନ, ଆର୍ଟ ପ୍ରଦର୍ଶନୀ, ଏଆର୍/ଭିଆର୍ ଇନ୍ଷ୍ଟଲେଶନ, ଏଆଇ-ଆଧାରିତ ଯୋଗଦାନ, ସେଲ୍ଫି-ବୁଥ୍ ଭଳି ଇଂଟରାକ୍ଟିଭ ଫିଜିଟାଲ ଆକ୍ଟିଭେଶନ ସହ ବିଶାଳ ସଙ୍ଗୀତ ପ୍ରଦର୍ଶନ ପ୍ରଦାନ କରିବ । ଇନ୍-ଷ୍ଟୁଡିଓ ଫର୍ମାଟ୍: ୩ଟି ମୂଳ ସଙ୍ଗୀତ ଞ୍ଚ ହିପ୍ହପ ମ୍ୟୁଜିକ୍ ଟ୍ରାକ ସାମିଲ ଥିବା ଏକ ସ୍ୱତନ୍ତ୍ର ସଙ୍ଗୀତ ବିଷୟବସ୍ତୁ ଯାହାକୁ ବିଭିନ୍ନ ପ୍ଲାଟଫର୍ମରେ ସିଙ୍ଗଲ୍ ଓ ଭିଡିଓ ଭାବେ ରିଲିଜ କରାଯିବ ।
ଏସମ୍ପର୍କରେ ପରନଡ୍ ରିକାର୍ଡ ଇଣ୍ଡିଆର ସିଏମ୍ଓ କାର୍ତିକ ମହିନ୍ଦ୍ରା କହିଛନ୍ତି, ‘ବ୍ରାଣ୍ଡର ଲିଭ୍ ଇଟ୍ ଲାର୍ଜ ନୀତି ଓ ଯୁବ ସଂଯୋଗକୁ ଆଗକୁ ବଢାଇ ଆମେ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଶୁଭାରମ୍ଭ କରିବା ପାଇଁ ଉତ୍ସାହିତ ରହିଛୁ । ଗତବର୍ଷ ଏହି ଫେଷ୍ଟିଭାଲ ପାଇଁ ଆମେ ଗ୍ରହଣ କରିଥିବା ପ୍ରତିକ୍ରିୟା ଓ ଯୋଗଦାନ ବାସ୍ତବରେ ଉତ୍ସାହଜନକ ଥିଲା । ଚଳିତ ବର୍ଷ ଏହି ପ୍ଲାଟ୍ଫର୍ମ କଳା ଓ ସାଂସ୍କୃତିକ ଅନୁଭୂତି ସମେତ ବଲିଉଡର ମେଲୋଡିକୁ , ହିପ୍ହପ୍ର ରୋମାଂଚକର ବିଟ୍ ସହ ମିଶ୍ରଣ କରି ଏହି ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ପ୍ରସ୍ତୁତ ରହିଛି, ଯାହା ପ୍ରକୃତରେ ବ୍ରାଣ୍ଡର ‘ଲିଭିଙ୍ଗ ଇଟ୍ ଲାର୍ଜ’ ଦର୍ଶନକୁ ସୂଚିତ କରୁଛି ।
ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ସମ୍ପର୍କରେ ୱେଭ୍ମେକର୍, ସାଉଥ ଏସିଆର ସିଇଓ ଅଜୟ ଗୁପ୍ତେ କହିଛନ୍ତି, ‘ୱେଭମେକର, ରୟାଲ ଷ୍ଟାଗ୍ ବୁମ୍ବକ୍ସର ଏହି ଯାତ୍ରାର ଏକ ଅଂଶ ହୋଇ ଖୁବ୍ ଉତ୍ସାହିତ ଅଛି । ଏହି ପିଢିର ବିଟ୍ ଉଚ୍ଚ ସ୍ତରରେ ପ୍ରତିଧ୍ୱନିତ୍ୱ କରିବ ଏବଂ ଆମେ ନିଶ୍ଚିତ ଯେ, ଏହି ୨ୟ ସଂସ୍କରଣ ପ୍ରଥମ ସଂସ୍କରଣ ଭଳି ଆଉ ଏକ ବଡ ସଫଳତାରେ ପରିଣତ ହେବ ।’ ଏହି ସହଭାଗିତା ଉପରେ ମତପ୍ରକାଶ କରି ୟୁନିଭର୍ସାଲ ମ୍ୟୁଜିକ୍ ଗ୍ରୁପ୍- ନ୍ୟୁ ବିଜ୍ନେସ ଡେଭ୍ଲପମେଂଟ୍ ଓ ବ୍ରାଣ୍ଡ ପାର୍ଟନର୍ସିପ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ପ୍ରୀତି ନାୟର କହିଛନ୍ତି, ‘ଆମେ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସିଜନ ଲଂଚ୍ କରିଥିବାରୁ, ୟୁଏମ୍ଜିବି (ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ୍ ଫର୍ ବ୍ରାଣ୍ଡ୍ସ), ଗ୍ରୁପ୍ଏମ୍ ୱେଭ୍ମେକର ସହିତ ସହଭାଗିତାରେ ରୟାଲ ଷ୍ଟାଗ୍ ବୁମ୍ବକ୍ସ ପାଇଁ ରୟାଲ ଷ୍ଟାଗ ସହ ସହଭାଗିତା କରି ଉତ୍ସାହିତ ରହିଛି ଓ ସମ୍ମାନିତ ମନେ କରୁଛି ।’
ଗାୟକ ଓ ଗୀତିକାର ଅର୍ମାନ ମଲିକ କହିଛନ୍ତି, ‘ସଙ୍ଗୀତ ସମସ୍ତ ସୀମାକୁ ଅତିକ୍ରମ କରିଥାଏ ଓ ଲୋକମାନଙ୍କୁ ଏକାଠି କରିଥାଏ । ମୁଁ କ୍ରମାଗତ ଭାବେ ୨ୟ ବର୍ଷ ପାଇଁ ରୟାଲ ଷ୍ଟାଗ୍ ବୁମ୍ବକ୍ସର ଏକ ଅଂଶ ହୋଇଥିବା ଖୁବ୍ ଖୁସି ଅନୁଭବ କରୁଛି ।’ଏହି ସହଭାଗିତାକୁ ନେଇ ଉତ୍ସାହିତ ରାପର୍ ବାଦଶାହ କହିଛନ୍ତି, ‘ ମୁଁ ପୁଣିଥରେ ରୟାଲ ଷ୍ଟାଗ୍ ବୁମ୍ବକ୍ସ ସହ ଆଉ ଏକ ଚମତ୍କାର ସହଯୋଗିତା ପାଇଁ ଅପେକ୍ଷା କରିଛି ଏବଂ ଆସନ୍ତା ମାସରେ ଭୁବନେଶ୍ୱର ଓ ଜୟପୁରରେ ମୋର ପ୍ରିୟ ପ୍ରଶଂସକଙ୍କ ପାଇଁ ପ୍ରଦର୍ଶନ କରିବା ଲାଗି ଉତ୍ସାହିତ ରହିଛି ।’ ସେହିପରି ଗାୟିକା ନୀତି ମୋହନ, ଗାୟିକା ନିକିତା ଗାନ୍ଧୀ, ରାପର୍ ଡି ଏମ୍ସି, ଆର୍ଟିଷ୍ଟ ଇକ୍କା ଏବଂ ଅଭିନେତା ଓ ଡିଜେ ଅଲୀ ମର୍ଚ୍ଚାଂଟ୍ ଏହି ସ୍ୱତନ୍ତ୍ର ପ୍ଲାଟ୍ଫର୍ମର ଅଂଶ ହୋଇ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
Comments are closed, but trackbacks and pingbacks are open.