କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ କରାଯିବ । ଏହି ବ୍ୟବସ୍ଥାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଯକୃତ ପ୍ରତିରୋପଣ ସହିତ ଶିଶୁରୋଗ ବର୍ହିବିଭାଗରେ ଏକ ଆଲାର୍ଜି କ୍ଲିନିକ୍ ମଧ୍ୟ ଖୋଲାଯିବ ବୋଲି
ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ବର୍ହିଃବିଭାଗ ଆଜି ଉଦ୍ଘାଟିତ ହୋଇଯାଇଛି । ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଏହାଦ୍ୱାରା ବହୁ ରୋଗୀ ଉପକୃତ ହେବା ସହିତ ଗରିବ ଲୋକଙ୍କ ପାଇଁ ଏହା ସହାୟକ ହେବ । ଏଥିସହିତ ଶିଶୁବିଭାଗରେ ଏକ ଆଲାର୍ଜି ଓ ଶ୍ୱାସରୋଗ ବର୍ହିବିଭାଗକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଏସ୍ସିବିର ଅଧୀକ୍ଷକ ଡାକ୍ତର ଲୁସି ଦାସ, ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।