ଅଷ୍ଟ୍ରେଲୀୟ କଂପାନି ବିରୋଧରେ ମୋକଦ୍ଦର୍ମା କଲେ ସଚିନ ତେନ୍ଦୁଲକର

0 1,953

ନୂଆଦିଲ୍ଲୀ: କ୍ରିକେଟ୍‌ ମହାକୁମ୍ଭ (କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯) ଇଂଲଣ୍ଡରେ ଜାରି ଥିବା ବେଳେ ସଚିନ ତେନ୍ଦୁଲକର ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ୍‌ରେ କମେଣ୍ଟ୍ରି କରୁଥିବା ସଚନି ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ କଂପାନି ବିରୋଧରେ ମୋକଦ୍ଦମା କରିଛନ୍ତି। ସଚିନଙ୍କ କହିବା ଅନୁସାରେ ବ୍ୟାଟ୍‌ ନିର୍ମାତା କଂପାନି ‘ସ୍ପାର୍ଟନ ସ୍ପୋର୍ଟସ୍‌ ଇଣ୍ଟରନ୍ୟାସନାଲ୍‌’ ୨୦୧୬ରେ ତାଙ୍କ ସହିତ ହସ୍ତାକ୍ଷର କରିଥିଲା। ଏହି ଆଧାରରେ ତାଙ୍କୁ ବାର୍ଷିକ ୧୦ ଲକ୍ଷ ଡଲାର ବାର୍ଷିକ ଦେବାକୁ ଥିଲା କିନ୍ତୁ କଂପାନୀ ୨ ବର୍ଷ ହେବ ଏହି କାମ କରି ନାହିଁ।
ସଚିନ ତେନ୍ଦୁଲକର କୋର୍ଟରେ ଅଭିଯୋଗ କରିଛନ୍ତି ଯେ, ସ୍ପାର୍ଟନ ସ୍ପୋର୍ଟସ କଂପାନୀ ୨୦୧୬ରେ ତାଙ୍କ ସହିତ ହସ୍ତାକ୍ଷର କରିଥିଲା। ଏଥିରେ କୁହାଯାଇଥିଲା ଯେ, କଂପାନୀ ନିଜ ଦ୍ୱାରା ଉତ୍ପାଦିତ ଜିନିଷରେ ସଚିନ ତେନ୍ଦୁଲକରଙ୍କ ଫଟୋ, ଲୋଗୋ ବ୍ୟବହାର କରିବ। ପରିବର୍ତ୍ତେ ସଚିନଙ୍କୁ ରୟାଲଟି ଭାବେ ବାର୍ଷିକ ୧୦ ଲକ୍ଷ ଡଲାର ଦେବ।
ସଚିନଙ୍କ କହିବା ଅନୁସାରେ କେବଳ କଂପାନି ୨୦୧୮ ସେପ୍ଟେମ୍ବର ପରେ ତାଙ୍କୁ ଏକ ଟଙ୍କା ମଧ୍ୟ ପେମେଣ୍ଟ କରି ନାହିଁ। ଭାରତୀୟ କ୍ରିକେଟର କଂପାନିକୁ କହିଛନ୍ତି, ତାଙ୍କୁ ରୟାଲଟି ଭାବେ ରାଶି ଦିଅନ୍ତୁ। ଯେତେବେଳେ କଂପାନି ଏହା କରି ନାହିଁ, ସଚିନ ଚୁକ୍ତି ବାତିଲ କରି ଦେଇଛନ୍ତି। ସଚିନ କଂପାନିକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଦିନରେ ତାଙ୍କର ଫଟୋ ଓ ଲୋଗୋ ବ୍ୟବହାର ନକରନ୍ତୁ।
ଭାରତୀୟ କ୍ରିକେଟରଙ୍କ ଅନୁସାରେ ତାଙ୍କର ମନା କରିବା ପରେ ବି କଂପାନି ନିଜ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ ସଚିନଙ୍କ ଲୋଗୋ ଓ ଫଟୋ ବ୍ୟବହାର କରୁଛି। ତେଣୁ ସଚିନ ଏହି ଆଧାରରେ କଂପାନିକୁ ୨୦ ଲକ୍ଷ ଡଲାର (ପାଖାପାଖି ୧୩.୯୫ କୋଟି ଟଙ୍କା) ଦାବି କରିଛନ୍ତି।

Leave A Reply