ଛୁଟି ଦିନରେ ଖୋଲା ରହିବ ଆରଟିଓ ଅଫିସ୍‌

0 725

ଭୁବନେଶ୍ୱର -ନୂଆ ମୋଟରଯାନ ଆଇନକୁ ଦେଶବ୍ୟାପୀ କଡାକଡି ଭାବେ ପାଳନ କରାଯାଉଥିବାବେଳେ ଜନସାଧାରଣଙ୍କୁ ପ୍ରସ୍ତୁତ ହେବାକୁ ରାଜ୍ୟ ସରକାର ୩ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡିମାଲିକ ଓ ଚାଳକମାନେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏଥିପାଇଁ ଛୁଟି ଦିନରେ ମଧ୍ୟ ପରିବହନ ଏବଂ ପ୍ରଦୂଷଣ ଯାଞ୍ଚ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ଆଦାୟ ହୋଇଥିବା ଜୋରିମାନା ଟଙ୍କା ଫେରସ୍ତ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ବେହେରା ସ୍ପଷ୍ଟ ଭାବେ କହିଛନ୍ତି ।

Leave A Reply