ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର – ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ନାମ ପଞ୍ଜିକରଣର ଶେଷ ତାରିଖ ଥିଲା । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୦ଲକ୍ଷ ଚାଷୀ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ
କରିଛନ୍ତି । ତେବେ ଅଧିକ ଚାଷୀଙ୍କୁ ନାମ ପଞ୍ଜିକରଣ ପାଇଁ ସୁଯୋଗ ଦେବାକୁ ସରକାର ପଞ୍ଜିକରଣ ତାରିଖକୁ ବୃଦ୍ଧି କରିଛନ୍ତି ବୋଲି ସେ କହିଛନ୍ତି ।