ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି

0 1,761

ସାଧାରଣତନ୍ତ୍ର ଦିବସ
ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି  । ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କରୋନା କଟକଣାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‍ରେ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଛନ୍ତି ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗାନ୍ଧି ମାର୍ଗରେ ୧୫୦ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କ ସମେତ ୨୫ ପ୍ଲାଟୁନ୍‍ ଫୋର୍ସ୍‍ ମୁତୟନ କରାଯାଇଛି  । ସେହିପରି କଟକ ବାରବାଟୀ ଷ୍ଟାଡିୟମ୍‍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

Leave A Reply