ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । କାହିଁ କେତେ କାଳରୁ ଏହା ଭାରତୀୟ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ସମୟର ପରିବର୍ତ୍ତନ ଅନୁସାରେ ଏଥିରେ ବି କିଛିଟା ପରିବର୍ତ୍ତନ ଆସିଛି । ମାତ୍ର ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ ।
ଭାଇକୁ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଏହାର ପ୍ରତିବଦଳରେ ଭଉଣୀର ସୁରକ୍ଷା ପାଇଁ ଭାଇ ଠିଆ ହୋଇ ସୁରକ୍ଷା ଯୋଗାଇ ଦେବାର ପ୍ରତିଶୃତି ଦେଇଥାଏ ।
ମାତ୍ର ଜ୍ୟୋତିଷଙ୍କ ଅନୁସାର ରାକ୍ଷୀ ଥାଳି ସଜାଇବାର କିଛି ବିଶେଷ ନିୟମ ରହିଛି । କାରଣ ଧାର୍ମିକ କାରଣରୁ ଏଥିରେ ଥିବା ସମସ୍ତ ଜିନିଷର ମହତ୍ତ୍ୱ ରହିଛି । ଏହି ଦିନ ବଳ ଭଦ୍ରଙ୍କ ଜନ୍ନ ଦିନ , ଗାଈ ଓ ବଳଦଙ୍କୁ ଓଡ଼ିଶାର ଘରେ ଘରେ ପୂଜା ପୂଜା କରାଯ।ଇଥାଏ । ସେହି ପରି ରାକ୍ଷୀ ଥାଳି ସଜାଇବାର ଏକ ବିଶେଷ ବିଧି ରହିଛି ।
ସିନ୍ଦୁର- ରାକ୍ଷୀର ଥାଳିରେ ନିହାତି ଭାବେ ସିନ୍ଦୁର ରଖିବା ଉଚିତ୍ । କାରଣ ସିନ୍ଦୁର ଦୀର୍ଘ ଆୟୁର ପ୍ରତୀକ । ବିଜୟ ଯାତ୍ରା ସମୟରେ ଆଗରୁ ସିନ୍ଦୁରର ତିଳକ ମଥାରେ ଧାରଣ କରୁଥିଲେ । ଏହା ଲଗାଇଲେ ମୁଣ୍ଡରେ ସକାରତ୍ମକ ଚିନ୍ତାଧାର ଆସିଥାଏ । ବିଶ୍ୱାସ ରହିଛି ଭଉଣୀ ହାତରୁ ଭାଇ ସିନ୍ଦୁରର ଟୀକା ଧାରଣ କଲେ ବିଜୟୀ ହୋଇଥାଏ ।
ଅକ୍ଷତ- ଅରୁଆ ଚାଉଲ ହଳଦୀକୁ ମିଶାଇ ଅକ୍ଷତ ପ୍ରସ୍ତୁତ କରାଯାଏ । ବିବାହ , ବ୍ରତ ଘର ଯଜ୍ଞ ଓ ହୋମ ସହ ସମସ୍ତ ଶୁଭ କାମରେ ଏହାର ବ୍ୟବହାର ହୋଇଥାଏ । ଅକ୍ଷତର ଅର୍ଥ ହେଉଛି ଅଭଙ୍ଗ । ଏହାକୁ ଟୀକା ଉପରେ ଧାରଣ କଲେ ସମୃଦ୍ଧି ଆସିଥାଏ ।
ନଡିଆ- ବା ନାରିକେଳ- ନଡିଆକୁ ସମସ୍ତ ଶୁଭ କର୍ମରେ ବ୍ୟବହାର କରାଯାଇଥାଏ । ଏହା ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତୀକ । ଏହା ହେଉଛି ଭାଇର ସୁଖ ସମୃଦ୍ଧି ଓ ପ୍ରଗତୀର ପ୍ରତୀକ ।
ରକ୍ଷା ସୁତ୍ର- ରାକ୍ଷୀ ସହ ଏକ ରକ୍ଷା ସୁତ୍ର ରଖିବା ଭଲ । ଏହା ସାଧାରଣତଃ ନାଲି ଓ ହଳଦିଆ ସୁତାରେ ତିଆରି କରାଯାଇଥାଏ । ଯେତେ ପ୍ରକାରର ସୁନ୍ଦର ରାକ୍ଷୀ ପିନ୍ଧାଇଲେ ବି ରକ୍ଷା ସୁତ୍ର ପିନ୍ଧାଇବା ଭଲ । ପ୍ରଭୁଙ୍କ ସ୍ମରଣ କରି ଏହା ଭାଇର ହାତରେ ବାନ୍ଧିବା ଉଚିତ୍ । ଏହା ଭାଇରୁ ରକ୍ଷା କରିଥାଏ ।
ମିଠା- ଥାଳିରେ ମିଠା ରଖାଯାଇଥାଏ । ଏହା ସମ୍ପର୍କରେ ମଧୁରତା ଆଣେ ।