୨୬ ତାରିଖ ଶୁକ୍ରବାରରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଦିନ ପ୍ରବଳ ବର୍ଷିବ

0 3,892

ଭୁବନେଶ୍ୱର – ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏହାର ପୂର୍ବାନୁମାନ କରିଛି।

ଉପକୂଳ ଓଡିଶାର ସହ , ‌ଭଦ୍ରକ, ଗଞ୍ଜାମ, ନୟାଗଡ଼,ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର ବାଲେଶ୍ବର, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବାନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
କନ୍ଧମାଳ, ନୟାଗଡ଼,କୋରାପୁଟ, କଳାହାଣ୍ଡି, ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇାରେ । ବର୍ଷାର ପରିମାଣ ଧୀରେ ଧୀରେ ବୃଦ୍ଧି ପାଇବ । ଶୁକ୍ର ଓ ଶନିବାରରେ ରାଜ୍ୟର ଦେବଗଡ଼, ସୋନପୁର, ବରଗଡ଼,କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି ।

Leave A Reply