କଟକ/ଭୁବନେଶ୍ୱର . – ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି । ରବିବାରଠାରୁ ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର କେତକସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ୩୧ ତାରିଖ ପରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଥଣ୍ଡା ବଢିବ ଓ ଶୀତର ପ୍ରକୋପ ଅନୁଭୂତ ହେବ ।