ଚଳିତ ମାସ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସ ୨୭ ଓ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି କୋବିନ୍ଦ ଗଞ୍ଜାମର ଗୋଳାବନ୍ଧ ଏୟାର୍ ଡିଫେନ୍ସ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା ୨୭ ତାରିଖ ସନ୍ଧ୍ୟା ୬ଟାରେ
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନରେ ରାତ୍ରିଯାପନ କରିବେ ।
୨୮ ତାରିଖ ସକାଳେ ସେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଗୋଳାବନ୍ଧ ଏୟାର୍ ଡିଫେନ୍ସ କଲେଜ ଯିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେହିଦିନ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର
କାର୍ଯ୍ୟସୂଚୀ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି୍ ପୁଲିସ୍ର ଡି.ଜି. କ୍ୟାମ୍ପ ଅଫିସ୍ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇ.ଜି. (ଅପରେସନ୍), ତଟରକ୍ଷୀ ବାହିନୀର ଏ.ଡି.ଜି., ଗଞ୍ଜାମ ଏସ୍.ପି. ଓ
ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।