ବାହୁଡା ଯାତ୍ରାରେ ବାହୁଡିବା ବେଳେ ମାଉସୀ ଘର ନିକଟରେ ପୋଡ ପିଠା ଭୋଗ ଖାଇବେ ମହାପ୍ରଭୁ

0 6,618

ଉତ୍କଳୀୟ ପରମ୍ପରା ଓ ସ୍ନେହ ସୌହାର୍ଦ୍ଦର ଭାବ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ. ମାଉସୀ ଘରେ ଖୁଦ ଭଜା ଖାଇଥିବା କାଳିଆ ଠାକୁର, ବାହୁଡାରେ ଖାଆନ୍ତି ପୋଡ ପିଠା. ମାଉସୀ ମା ମନ୍ଦିର ବା ଅର୍ଦ୍ଧାସିନୀଙ୍କ ପୂଜକ ରଘୁନାଥଦାଶଙ୍କ ଘରେ ବାହୁଡାର ଦୁଇ ତିନି ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଉ ତିଆରି ହୋଇଛି ପୋଡ ପିଠା.

PODAPITHA

ଏହି ପିଠାକୁ ଅଟା, କଦଳୀ, ଗୁଡ, ଅଳେଇଚ ପ୍ରଭୁତିର ମିଶ୍ରଣରୁ ତିଆରି କରାଯାଇଛି. ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କାଠଚୂଲିରେ ତିଆରି ହୁଏ ଜଗନ୍ନାଥଙ୍କ ପାଇଁ ପୋଡ ପିଠା. ଛ ରୁ ଆଠଘଣ୍ଟା ଚୂଲିରେ ବସି ଥାଏ ଏହି ପିଠା. ତାପରେ ଖଣ୍ଡ ଖଣ୍ଡ କାଟି ମାଟି କୁଢୁଆରେ ରଖାଯାଏ .ଏହି ଦିବ୍ୟ ପ୍ରସାଦକୁ ସମ୍ପୂର୍ଣ୍ଣ ପବିତ୍ରତା ରକ୍ଷା କରି ପ୍ରସ୍ତୁତ କରାଯାଏ. ଶ୍ରଦ୍ଧା ଭକ୍ତିର ସହିତ ରଘୁନାଥ ଦାଶଙ୍କ ପରିବାର ପୋଡପିଠା ତିଆରି କରିଥାଆନ୍ତି କାଳିଆ ସାଆନ୍ତଙ୍କ ପାଇଁ , ଆଉଚ ମାଉସୀ ଘରର ଏହି ପୋଡ ପିଠା ପାଇଁ ଜଗାର ନନ୍ଦିଘୋଷ ବି ଅଟକି ଯାଏ ମାଉସୀ ଘର ନିକଟରେ. ମାଟି କୁଢୁଆରେ ଜଗନ୍ନାଥଙ୍କୁ ପୋଡ ପିଠା ଭୋଗ ଖାଇ ରଥ ଗଡିଚାଲେ ଶ୍ରୀମନ୍ଦିର ଅଭିମୁଖେ.
ମାନବୀୟ ଲୀଳାର ଠାକୁର ଶ୍ରୀଜଗନ୍ନାଥ ବର୍ଷକେ ଥରେ ମାଉସୀ ହାତର ପୋଡପିଠା ଖାଇବା ପାଇଁ ଅଟକି ଯାଆନ୍ତି ମାଉସୀ ଘର ନିକଟରେ. ଯାହା ଓଡିଆ ସଂସ୍କୃତିରେ ଥିବା ଭକ୍ତି ଓ ପ୍ରେମ ଭକ୍ତିର ଜ୍ବଳନ୍ତ ନିଦର୍ଶନ.

Leave A Reply