ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥଙ୍କୁ ଫୋନ କରି ସାର ଅନିରୁଦ୍ଧ ଜଗନ୍ନାଥଙ୍କ ପ୍ରତି ନିଜର ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

0 973

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ମରିସସ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବୀଣ କୁମାର ଜଗନ୍ନାଥଙ୍କୁ ତାଙ୍କ ପିତା ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗ ନେଇ ନିଜର ସମବେଦନା ଜଣାଇଛନ୍ତି ।

ମରିସସରେ ସାର ଅନିରୁଦ୍ଧଙ୍କ ଦୀର୍ଘ ସାଧାରଣ ଜୀବନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ, ଯେଉଁଥିରେ ସେ ଅନେକ ବର୍ଷ ଧରି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଭାବେ କାର‌୍ୟ୍ୟ କରିଥିଲେ ।

ସମସ୍ତ ରାଜନୈତିକ ଦଳ ସମେତ ଭାରତରେ ସାର ଅନିରୁଦ୍ଧ ଜଗନ୍ନାଥଙ୍କ ପ୍ରତି ଗଭୀର ସମ୍ମାନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମରିସସ୍ ସହିତ ଭାରତର ବିଶେଷ ବନ୍ଧୁତ୍ୱକୁ ସୁଦୃଢ଼ କରିବାରେ ତାଙ୍କର ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥିଲେ ।

ତାଙ୍କୁ ଜଣେ ‘ଗର୍ବିତ ପ୍ରବାସୀ ଭାରତୀୟ’ ବୋଲି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାର ଅନିରୁଦ୍ଧ ଜଗନ୍ନାଥଙ୍କୁ ଉଭୟ ପ୍ରବାସୀ ଭାରତୀୟ ସମ୍ମାନ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିବାର ସୌଭାଗ୍ୟ ଭାରତ ଲାଭ କରିଛି ।

ସାର ଅନିରୁଦ୍ଧଙ୍କ ସ୍ଥାୟୀ ଇଚ୍ଛାକୁ ସ୍ମରଣ କରି ସ୍ୱତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ ଏବଂ ଗଭୀର କରିବା ପାଇଁ ଉଭୟ ନେତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Leave A Reply