ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ । ଆଜିଠାରୁ ପ୍ରଚାର ପାଇଁ ମାତ୍ର ୭ ଦିନ ମିଳିଥିବାରୁ ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କର ପ୍ରଚାର ଅଭିଯାନକୁ ଜୋର୍ଦାର କରିବାର ସମ୍ଭାବନା ରହିଛି । ରୋଡ୍ ଶୋ’, ସାଇକେଲ୍ ଶୋଭାଯାତ୍ରା, ମଟର ସାଇକେଲ୍ ର୍ୟାଲିକୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ଦିଆଯାଇ ନାହିଁ ।
୨୦୦ ଜଣ ଲୋକଙ୍କ ମଧ୍ୟରେ ଇଣ୍ଡୋର ସଭା ଏବଂ ଖୋଲା ପଡ଼ିଆରେ ଏକ ହଜାର ଲୋକଙ୍କ ମଧ୍ୟରେ ପ୍ରଚାର ସଭା ଆୟୋଜନ ପାଇଁ କମିଶନ୍ ବିଜ୍ଞପ୍ତି ଜାରି କରିଛନ୍ତି ।
ଇତିମଧ୍ୟରେ ତିନୋଟି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ବି.ଜେ.ଡି. ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂହ ଓ ତୁଷାରକାନ୍ତି ବେହେରା ପ୍ରମୁଖ ବି.ଜେ.ଡି. ଦଳର ତାରକା ପ୍ରଚାରକ ଦାୟିତ୍ୱରେ ରହିଛନ୍ତି ।
ସେହିପରି ବି.ଜେ.ପି.ରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଷ୍ଟ୍ରୀୟ
ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ତାରକା ପ୍ରଚାରକ ରହିଛନ୍ତି ।
କଂଗ୍ରେସ ଦଳରେ ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକା ଆଦି ତାରକା ପ୍ରଚାରକ ଅଛନ୍ତି ।