ଫୋନପେ ଉପଭୋକ୍ତାମାନେ ବର୍ତମାନ ୟୁଏଇରେ କରିପାରିବେ ୟୁପିଆଇ ପେମେଂଟ

56

ଭୁୁବନେଶ୍ୱର: ୟୁଏଇକୁ ଯାତ୍ରା କରୁଥିବା ଫୋନପେ ଆପ୍ ଉପଭୋକ୍ତାମାନେ ବର୍ତମାନ ମାଶରେକର ନିଓପେ ଟର୍ମିନାଲରେ ୟୁପିଆଇ ବ୍ୟବହାର କରି ପେମେଂଟ କରିପାରିବେ, ଯାହା ବିଭିନ୍ନ ରିଟେଲ ଷ୍ଟୋର, ଡାଇନିଂ ଆଉଟଲେଟ ସହିତ ପର୍ଯ୍ୟଟନ ଏବଂ ଅବକାଶ ବିନୋଦନ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ଅଟେ । ଏଥିପାଇଁ କେବଳ କ୍ୟୁଆର କୋଡ୍ ସ୍କାନ୍ କରିବାକୁ ହେବ । ୟୁନିଫାଇଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ) ଦ୍ୱାରା ଏହି ଟ୍ରାଞ୍ଜାକ୍ସନ ସହଜ ହୋଇଛି । ସୁବିଧା ପାଇଁ ମମସ୍ତ ଟ୍ରାଞ୍ଜାକ୍ସନ ଭାରତୀୟ ମୁଦ୍ରାରେ ହୋଇଥାଏ । ଏହାବ୍ୟତୀତ, ୟୁଏଇ ମୋବାଇଲ୍ ନମ୍ବର ଥିବା ଏନଆରଆଇମାନେ ମଧ୍ୟ ଫୋନପେ ଆପ୍ ଡାଉନଲୋଡ୍ କରିପାରିବେ ଏବଂ ପେମେଂଟ ସୁବିଧା ପାଇଁ ସେମାନଙ୍କର ବିଦ୍ୟମାନ ଏନଆରଇ ଏବଂ ଏନଆରଓ ଆକାଉଂଟଗୁଡିକୁ ଲିଙ୍କ୍ କରିପାରିବେ । ଏହାର ଉଦ୍ଦେଶ୍ୟ ହେଉଛି ୟୁଏଇରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ପାଇଁ ଟ୍ରାଞ୍ଜାକ୍ସନର ସହଜତା ଏବଂ ସୁବିଧା ବୃଦ୍ଧି କରିବା । ଏନପିସିଆଇ ଇଂଟରନ୍ୟାସନାଲ ପେମେଂଟ ଲିମିଟେଡ (ଏନଆଇପିଏଲ) ସହ ମାଶରେକର ସହଭାଗୀତା ମାଧ୍ୟମରେ ଏହି ସହଯୋଗ କୁ ସୁଗମ କରାଯାଇଛି । ଏହି ସହଭାଗୀତା ମାଧ୍ୟମରେ, ମାଶରେକ୍ ନିଓପେ ଟର୍ମିନାଲଗୁଡିକୁ ୟୁପିଆଇ ଆପଗୁଡିକୁ ଏକ ଦେୟ ଉପକରଣ ଭାବରେ ଗ୍ରହଣ କରିବାକୁ ସକ୍ଷମ କରିଛି, ଯାହା ଦ୍ୱାରା ଭାରତୀୟ ଯାତ୍ରୀମାନେ ଟ୍ରାଞ୍ଜାକ୍ସନ ପାଇଁ ସହଜରେ ୟୁପିଆଇ ବ୍ୟବହାର କରିପାରିବେ ।

ଫୋନପେର ସିଇଓ ଇଂଟରନ୍ୟାସନାଲ୍ ପେମେଂଟ୍ସ ରିତେଶ ପାଇ କହିଛନ୍ତି, “ମାଶରେକ ସହ ଆମର ସହଭାଗୀତା ଘୋଷଣା କରି ଆମେ ଆନନ୍ଦିତ । ୟୁଏଇ ହେଉଛି ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ, ଯେଉଁଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ପର୍ଯ୍ୟଟକ ଆସନ୍ତି । ଏହି ସହଭାଗୀତା ଜରିଆରେ ଗ୍ରାହକମାନେ ଏବେ ୟୁପିଆଇ ଜରିଆରେ ସହଜରେ ଟ୍ରାଞ୍ଜାକ୍ସନ କରିପାରିବେ । ଏହି ସହଯୋଗ ନିରବଚ୍ଛିନ୍ନ କାରବାର ପାଇଁ ଦ୍ୱାର ଖୋଲିଥାଏ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ସରଳ ଏବଂ ଅଧିକ ଆନନ୍ଦଦାୟକ ଯାତ୍ରାସୁନିଶ୍ଚିତ କରେ ।” ମାଶରେକ ନିଓପେର ସିଇଓ ବିଭୋର ମୁନ୍ଧଡ଼ା କହିଛନ୍ତି, “ୟୁଏଇରେ ଭାରତୀୟ ପର୍ଯ୍ୟଟକ ଏବଂ ପରିଦର୍ଶକଙ୍କ ପାଇଁ ଆଉ ଏକ ନୂତନ ଦେୟ ସମାଧାନ ପ୍ରଦାନ କରିବା ପାଇଁ ଫୋନପେ ସହ ସହଯୋଗ କରି ଆମେ ଆନନ୍ଦିତ, ଯାହା ଦୁଇ ଦେଶ ମଧ୍ୟରେ ପୂର୍ବରୁ ସୁଦୃଢ଼ ଆର୍ôଥକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ।” ଏନଆଇପିଏଲର ଡେପୁଟି ଚିଫ୍ -ପାର୍ଟନରସିପ୍ ବିଜନେସ୍ ଡେଭଲପମେଂଟ ଆଣ୍ଡ ମାର୍କେଟିଂ ଅନୁଭବ ଶର୍ମା କହିଛନ୍ତି ଯେ ଆମେ ସମଗ୍ର ବିଶ୍ୱର ଆର୍ôଥକ ଅନୁଷ୍ଠାନଗୁଡ଼ିକ ସହିତ ସକ୍ରିୟ ଭାବରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ସହଭାଗୀତା ଫିନଟେକ୍ ସହଯୋଗକୁ ପ୍ରୋତ୍ସାହିତ କରୁଛି ଏବଂ ୟୁଏଇକୁ ଭାରତୀୟ ଯାତ୍ରୀମାନଙ୍କ ପାଇଁ ଦେୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଇକୋସିଷ୍ଟମକୁ ଏକଜୁଟ କରୁଛି ।

Comments are closed, but trackbacks and pingbacks are open.