ଓଏଏସ ପରୀକ୍ଷାରେ କାକ୍ସର ଅଦ୍ଭୂତପୂର୍ବ ସଫଳତା ; ଶୀର୍ଷ ୧୦ରେ ଦୁଇ ଜଣ, ସହ ମୋଟ ୯୨ ଜଣ ସଫଳ

75


ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୨୦୨୨ ମସିହା ପାଇଁ ଅନୁଷ୍ଠିତ ଓଡ଼ିଆ ସିଭିଲ ସର୍ଭିସେସ ପରୀକ୍ଷାର ଫଳ ପ୍ରକାଶ ପାଇଛି ଓ ଏଥିରେ ଚୂଡାନ୍ତ ରାଉଣ୍ଡରେ ଇଣ୍ଟରଭିଉ ଦେଇଥିବା ୧୩୬୭ ପରୀକ୍ଷାର୍ଥୀ ମଧ୍ୟରୁ ମୋଟ ୭୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଇଛନ୍ତି ଓ ଏଥି ମଧ୍ୟରୁ କଳିଙ୍ଗ ଏକାଡେମୀ ଅ ସିଭିଲ ସର୍ଭିସେସ (କେଏସିଏସ) କାକ୍ସ ଦ୍ୱାରା ପ୍ରଶିକ୍ଷିତ ହୋଇଥିବା ୨୧୩ ଜଣଙ୍କ ମଧ୍ୟରୁ ୯୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ ହୋଇଥିବା ବେଳେ ପ୍ରଥମ ଦଶଜଣଙ୍କ ମଧ୍ୟରେ ଦୁଇଜଣ ସ୍ଥାନ ପାଇଛନ୍ତି ଓ ସେଥିରୁ ୭ତମ ସ୍ଥାନରେ ଦେବବ୍ରତ ଗୌଡ଼ ଏବଂ ୯ମ ସ୍ଥାନରେ କପିଲ କୁମାର ମହାନ୍ତି ସ୍ଥାନ ପାଇ ଅନୁଷ୍ଠାନକୁ ଗୌରବାନିତ କରିଛନ୍ତି ।


ପ୍ରକାଶ ଥାଉ ଯେ ଚଳିତ ବର୍ଷ କାକ୍ସ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓ ଏହି ସଫଳତାର ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ଆଲେକଜ଼ାଣ୍ଡର ଦାସ ଏବଂ ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ, ଶ୍ରୀ ରଞ୍ଜନ କୁମାର ଦାସ ଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ସଫଳତା ପାଇଥିବା ପରୀକ୍ଷାର୍ଥୀ ମାନେ ପ୍ରକାଶ କରିଛନ୍ତି ଓ କେବଳ ସିଭିଲ ସର୍ଭିସ ନୁହେଁ ଏନଇଇଟି, ଜେଇଇ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କେଜିଆଇ ଯାଜପୁର ତଥା ଓଡ଼ିଶାର ସମସ୍ତ ଜିଲ୍ଲାରୁ ଗରିବ ମେଧାବୀ ତଥା ବିଶେଷ କରି ଗ୍ରାମୀଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରି ସଫଳ କରେଇବା ପାଇଁ ପ୍ରତିବଦ୍ଧ ବୋଲି କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ କହିଛନ୍ତି ।


ପରୀକ୍ଷାର୍ଥୀ ମାନଙ୍କୁ କାକ୍ସ ପକ୍ଷରୁ ଆୟୋଜିତ ଇଂଟରଭିଉ ସମୟରେ ପୂର୍ବତନ ଓପିଏସସି ସଦସ୍ୟ, ଶ୍ରୀ ଜଗନ୍ନାଥ ମହାନ୍ତି, ପୂର୍ବତନ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ହେମନ୍ତ ପାଢ଼ୀ , ସୁଶାନ୍ତ ଦାସ, ଗଙ୍ଗାଧର ସାହୁ, ଫକୀରମୋହନ ବିଦ୍ୟାଳୟର ପୂର୍ବତନ କୁଳପତି ଡ଼ଃ କୁମରବର ଦାସ, ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ପ୍ରଫେସର ଅଭିରାମ ବିଶ୍ୱାଳ, ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜର ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୂର୍ବତନ ମୃତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଆଦି ଯୋଗ ଦେଇ ଆଶାୟୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । କାକ୍ସ ଏହି ବିପୁଳ ସଫଳତା ପରେ ସମସ୍ତ ସଫଳତା ପରୀକ୍ଷାର୍ଥୀ ମାନଙ୍କୁ ଖୁବ ଶୀଘ୍ର ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଆଲେକଜ଼ାଣ୍ଡର ଦାସ ପ୍ରକାଶ କରିଛନ୍ତି । ଆମେ କେବଳ ଭୁବନେଶ୍ୱର ନୁହଁ ଓଡ଼ିଶାର ଅନ୍ୟ ପ୍ରମୁଖ ଜାଗାରେ ମଧ୍ୟ କାକ୍ସ ତାର ଶାଖା ଖୋଲି ଗରିବ, ମେଧାବୀ ଛାତ୍ରଛାତ୍ରୀ ତଥା ଗ୍ରାମୀଣ ପିଲାମାନଙ୍କ ପାଇଁ ସହାୟ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ପରାମର୍ଶଦାତା, ଶ୍ରୀ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.