ଆଜି ପଞ୍ଚୁକ ବ୍ରତ ଆରମ୍ଭ-ଶ୍ରୀଜୀଉଙ୍କର ଦେବୋତ୍ଥାପନ

0 81

କାତ୍ତିକ ମାସ ବଡଏକାଦଶୀ ତିଥିରେ ପଞ୍ଚୁକ ବ୍ରତ ଆରମ୍ଭ ହେଉଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦେବୋତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଉଛି । ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବୋତ୍ଥାପନ ଯାତ୍ରା ଅନ୍ୟତମ । ଆଷାଢ ଶୁକ୍ଲ ଏକାଦଶୀରେ ଶୟନ କରିଥିବା ଶ୍ରୀହରି କାର୍ତ୍ତିକଶୁକ୍ଲ ଏକାଦଶୀରେ ନିଦ୍ରା ତ୍ୟାଗ କରିଥାନ୍ତି । ଏହିଦିନ ମଧ୍ୟ ଚତୁଃର୍ମାସ ବ୍ରତ ସମାପନ ହୋଇଥାଏ ।

ପଞ୍ଚୁକରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ବିଭିନ୍ନ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯିବ । ବଡଏକାଦଶୀରେ ଲକ୍ଷ୍ମୀ-ନାରାୟଣ ଓ ଏହାପରେ ବାଙ୍କଚୂଡା, ତ୍ରିବିକ୍ରମ, ଲକ୍ଷ୍ମୀ-ନୃସିଂହ ଓ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ହେବ ।

କୋଭିଡ୍‍ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୁରୀରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଛି । ଶୁକ୍ରବାର ପୂର୍ଣ୍ଣମୀ ଦିନ ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ । ଆଜି ଶ୍ରୀମନ୍ଦିରକୁ ସାନିଟାଇଜ୍‍ କରାଯାଇଛି ।

Leave A Reply