ରାଜ୍ୟରେ ୧୩୮ଟି ସରକାରୀ ସ୍ମାର୍ଟ ସ୍କୁଲ୍‌କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

0 81

ରାଜ୍ୟର ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରିତ ହାଇସ୍କୁଲ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରେ କେନ୍ଦୁଝର ଜିଲ୍ଲାର ୧୦୦ଟି, ଭଦ୍ରକର ୧୭, ସୋନପୁରର ୧୧ ଏବଂ ବୌଦ୍ଧର ୧୦ଟି ରୂପାନ୍ତରିତ ହାଇସ୍କୁଲ୍‍ ଏଥିରେ ଅନ୍ତର୍ଭୁକ୍ତ ।

ଗତ ୧୧ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୩୦ଟି ଜିଲ୍ଲାର ୧ ହଜାର ୭୫ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟଇତିମଧ୍ୟରେ ଶେଷ ହୋଇଛି । ପର୍ଯ୍ୟାୟକ୍ରମେ ଏହି ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକୁ ଲୋକାର୍ପଣ କରାଯାଉଛି ।

Leave A Reply