ଅଲଟିମେଟ୍ ଖୋ ଖୋ ସିଜିନ୍-୨: ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ରୋମାଂଚକର ଡ୍ର’, ମୁମ୍ବାଇ ଖିଲାଡିସ୍କୁ ପରାଜିତ କରିଛି ଗୁଜରାଟ ଜିଆଂଟ୍ସ
କଟକ,୨୬ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ଏକ ରୋମାଂଚକର ୩୪-୩୪ ଡ୍ର’ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ରେ ଓଡିଶା ଜଗର୍ନଟ୍ସ ପାଇଁ ଦୀପକ ସାହୁ ସର୍ବାଧିକ ୮ ପଏଂଟ୍ ସ୍କୋର କରିଥିବା ବେଳେ ଚେନ୍ନାଇର ରାମ୍ଜି କଶ୍ୟପ ମଧ୍ୟ ଚମତ୍କାର ପ୍ରଦର୍ଶନରେ ୮ ପଏଂଟ୍ ସ୍କୋର କରିଥିଲେ । ଉଭୟ ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା କାରଣ ଉଭୟ ଦଳ ପ୍ରଥମ ଇନିଂସ୍ରେ ୧୬ ପଏଂଟ୍ ଲେଖାଏଁ ହାସଲ କରିଥିଲେ । ଥାର୍ଡ ରନ୍ରେ ଓଡିଶା ୧୮ ପଏଂଟ୍ ହାସଲ କରିଥିଲା । ତେବେ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟ ୪ର୍ଥ ଟର୍ଣ୍ଣରେ ୧୮ ପଏଂଟ୍ ହାସଲ କରିବାକୁ ସକ୍ଷମ ହୋଇଥିଲା ଫଳରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଡ୍ର ରହିଥିଲା ।
ଅନ୍ୟପକ୍ଷରେ ଆଜି ପ୍ରଥମ ମ୍ୟାଚ୍ରେ ଗୁଜରାଟ ଜିଆଂଟ୍ସ ୩୪-୩୦ର ଅନ୍ତରରେ ମୁମ୍ବାଇ ଖିଲାଡିସ୍କୁ ପରାଜିତ କରିଥିଲା । ଗୁଜରାଟ ଜିଆଂଟ୍ସର ଏହା କ୍ରମାଗତ ୨ୟ ବିଜୟ ହୋଇଥିବା ବେଳେ ମୁମ୍ବାଇ ଖିଲାଡିସ୍ର ଏହା କ୍ରମାଗତ ୨ୟ ପରାଜୟ ଥିଲା । ଏହି ବିଜୟ ସହିତ ଗୁଜରାଟ ଜିଆଂଟ୍ସ ପଏଂଟ୍ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ୧୪ ପଏଂଟ୍ ସହିତ ଅଭିନନ୍ଦନ ପାଟିଲ୍ ଗୁଜରାଟ ଜିଆଂଟ୍ ପାଇଁ ମ୍ୟାଚ୍ର ଷ୍ଟାର ଥିଲେ । ସେହିପରି ଫୈଜନ୍ଖା ପଠାନ, ସୁୟାଶ ଗାର୍ଗାଟେ ଓ ଶୁଭମ ଥୋରାଟ୍ ୫ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଟ୍ରେ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ଖିଲାଡିସ୍ ତରଫରୁ ରୋହନ କୋରେ ମ୍ୟାଚ୍ରେ ସର୍ବାଧିକ ୮ ପଏଂଟ୍ ହାସଲ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଖିଲାଡିସ୍ ବୋନସ୍ ପଏଂଟ୍ ପାଇବା ସହ ଭଲ ପ୍ରଦର୍ଶନ କରିଥିଲା । ତେବେ ୨ୟ ପର୍ଯ୍ୟାୟରେ ଡିଫେଣ୍ଡ ସମୟରେ ୩ଟି ଡ୍ରିମ୍ ରନ୍ ବୋନସ୍ ପଏଂଟ୍ ହାସଲ କରି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ଖିଲାଡିସ୍ ଏବେ ଆସନ୍ତାକାଲି (ବୁଧବାର) ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍ନଟ୍ସକୁ ଭେଟିବ । ଆସନ୍ତାକାଲି ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ୱାରିୟର୍ସ ତେଲେୁଗୁ ୟୋଦ୍ଧାସ୍ ସହ ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଆଜିର ୨ୟ ମ୍ୟାଚ୍ରେ ଚେନ୍ନାଇ କ୍ୱିକ୍ ଗନ୍ସ ଦଳରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ଖେଳାଳି ସାମିଲ ଥିଲେ । ସେହିପରି ଓଡିଶା ଜଗର୍ନଟ୍ସ ଦଳରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ଖେଳାଳି ସାମିଲ ଥିଲେ ।
Comments are closed, but trackbacks and pingbacks are open.