ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ
ହୋଇନାହାନ୍ତି

89

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି । ଲକ୍ଷଣ ଦେଖାଗଲେ କିମ୍ବା ସନ୍ଦେହ ହେଲେ ନିକଟସ୍ଥ ଡାକ୍ତରଖାନା, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ମଙ୍କିପକ୍ସ ପାଇଁ ଯେଉଁ ଗାଇଡ ଲାଇନ୍‌ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ । ତେବେ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନେଇ ସଙ୍ଗରୋଧରେ ରହିବାକୁ ଡାକ୍ତର ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଜ୍ୱର ହୋଇ ଗଳାରେ ଗୁଳା ଲାଗିଲେ, ହାତ ଓ ଗୋଡରେ ଘା ହୋଇ ଫୋଟକା ହେଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ସହ ଆଇସୋଲେସନ୍‍ରେ ରଖିବାକୁ ସେ କହିଛନ୍ତି । ରାଜ୍ୟରେ ପ୍ରମୁଖ ଡାକ୍ତରଖାନାଗୁଡ଼ିକରେ ଆଇସୋଲେସନ୍‍ ବେଡ୍‍ ରଖାଯାଇଛି । ଗୁରୁତର ରୋଗୀଙ୍କ ପାଇଁ ମଧ୍ୟ ଆଇସିୟୁ ବେଡ୍‍
ରଖାଯାଇଥିବା ସେ କହିଛନ୍ତି ।

Comments are closed, but trackbacks and pingbacks are open.