ନିଟ୍‍ର ଆବେଦନ ସମୟ ୨ ଦିନ ବୃଦ୍ଧି

137

ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା-ନିଟ୍‍ର ଆବେଦନ ସମୟ ୨ ଦିନ ବୃଦ୍ଧି କରାଯାଇଛି ବୋଲି
ଜାତୀୟ ଟେଷ୍ଟିଂ ଏଜେନ୍ସୀ -ଏନ୍‍ଟିଏ ପକ୍ଷରୁ କୁହାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଏନ୍‍ଟିଏ ୱେବ୍‍ସାଇଟ୍‍ରେ ଆବେଦନ କରିପାରିବେ ।

ସୂଚନାଯୋଗ୍ୟ ଚଳିତବର୍ଷ ନିଟ୍‍ ପରୀକ୍ଷା ଲାଗି ଆବେଦନର ସମୟସୀମା ଗତମାସ ୧୬ ତାରିଖ ଥିଲା ।ଛାତ୍ରଛାତ୍ରୀମାନଙ୍କର ଅନୁରୋଧକୁ ରକ୍ଷାକରି ନିଟ୍‍ ପକ୍ଷରୁ ଏହି ସୁଯୋଗ ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ଚଳିତବର୍ଷ ନିଟ୍‍ ପରୀକ୍ଷା ପାଇଁ ୨୩ ଲକ୍ଷ ୮୧ ହଜାର ୮୨୨ ଜଣ ବିଦ୍ୟାର୍ଥୀ ଆବେଦନ କରିଛନ୍ତି ।

Comments are closed, but trackbacks and pingbacks are open.