ବିଜେପୁରରେ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର

0 1,454

ବିଜେପୁର – ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।
ହାଇଟେକ୍‌ ବସ୍‌ ସାହାଯ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନବୀନ ପ୍ରଚାର କରିବେ ।

୨୦୧୯ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍‌ ବସ୍‌ରେ ପ୍ରଚାର କରିଥିଲେ ।ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ୍‌ ସୋ ମାଧ୍ୟମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ବରଗଡ ଆଇବିରେ ରାତ୍ରୀ ଯାପନ କରିବେ । ଏହାପରେ ବରପାଲି ରୋଡ୍‌ ସୋ ମାଧ୍ୟମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପରେ ହେଲିକାପ୍ଟର ଜରିଆରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Leave A Reply