୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଓ ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିବା ସହ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି । ଏଥିସହିତ ସେ କଳିଙ୍ଗ ଷ୍ଟାଡିୟମରେ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦ୍ଘାଟନ କରିଛନ୍ତି ।
ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୧୧ରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଆରମ୍ଭ ହେବ । ଏହି ବିଶ୍ୱକପ୍ର ମ୍ୟାଚ୍ ଗୁଡ଼ିକୁ ଦର୍ଶକମାନେ ଷ୍ଟାଡିୟମରେ ବସି ଦେଖିପାରିବେ । ଏଥିପାଇଁ ଖୁବଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଆସନ୍ତାମାସ ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.